Latest Odisha News

BREAKING NEWS

ଏମାର ମଠ: ମାଟିତଳେ ଅଛି କି ଗୁପ୍ତଧନ, ବିବାଦରେ ଓବିସିସି

ପୁରୀ: ଏମାରମଠ ପରିସରରୁ ବଡବଡ ଗାତ ଖୋଳିବା ପ୍ରସଙ୍ଗରେ ନୂଆ ଟୁଇଷ୍ଟ। ବିବାଦରେ ଓବିସିସି ବା ରାଜ୍ୟ ସେତୁ ନିର୍ମାଣ ନିଗମ। ପଦାରେ ପଡିଲା ଓବିସିସିର ଡାହା ମିଛ।  ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହୋଇଥିବା ଜିପିଆରଏସ୍ ରିପୋର୍ଟରେ ସେମିତି କୌଣସି ଗୁପ୍ତଧନ ମାଟି ତଳୁ ବାହାରିନଥିବା ଗତକାଲି ଓବିସିସି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଥିବା ବେଳେ ପୁର୍ନବାର ଓବିସିସି ଚିଫ୍ ଜେନେରାଲ ମ୍ୟାନେଜରଙ୍କ ଚିଠିକୁ ନେଇ ବଢିଛି ଅଡୁଆ। ସେପଟେ ଜିପିଆରଏସ୍ ରିପୋର୍ଟ ସାର୍ବଜନୀନ କରାଗଲେ ଏହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା କଥା ଚିଠିରେ ଉଲ୍ଲେଖ ରହିଥିବା ବେଳେ ମାଟିତଳେ ଗୁପ୍ତଧନ ଥିବା ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି। ତେବେ ରାତି ଅଧିଆ ମାଟିଖୋଳି ମୂଲ୍ୟବାନ ପଦାର୍ଥ ଗାୟଵ କରାଯାଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ,ବୁଦ୍ଧିଜୀବୀ।

ବିବାଦରେ ଓବିସିସି ଓ ବିପଦରେ ଶ୍ରୀମନ୍ଦିର। ଭଲକରି ଦେଖନ୍ତୁ ଏହି ଦସ୍ତାବିଜକୁ। ଚିଠିରେ ଲେଖାହୋଇଛି ଜିପିଆରଏସ୍ ରିପୋର୍ଟ ସାର୍ବଜନୀନ କରାଗଲେ ଏହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦବ। ସେପଟେ ଜିପିଆରଏସ୍ ରିପୋର୍ଟର ତଥ୍ୟ ସୂଚନା ଅଧିକାର ଆଇନ୍ ରେ ଦେବାକୁ ମନା କରିଦେଲେ । ଚିଠିରେ ଲେଖିଛନ୍ତି ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ କରିହେବ ନାହିଁ । ଯେହେତୁ ରିପୋର୍ଟଟି ଶ୍ରୀମନ୍ଦିର ସୁରକ୍ଷା ଓ ଶ୍ରୀମନ୍ଦିର ଢାଞ୍ଚା ସହ ଜଡିତ। ଏଠି ପ୍ରଶ୍ନ ପୋତାଧନ କିମ୍ବା ଗୁପ୍ତଧନର ତଥ୍ୟ ଜିପିଆରଏସ୍ ରିପୋର୍ଟରେ ଥିବାରୁ ଏହାକୁ ସାର୍ବଜନୀନ କରୁନାହିଁ କି ଓବିସିସି ? ରିପୋର୍ଟ ସାର୍ବଜନୀନ ନକରିବା ହିଁ ପ୍ରମାଣ କରୁଛି ଏମାରମଠ ମାଟିତଳେ ଅନେକ ଐତିହ୍ୟ କୀର୍ତ୍ତିରାଜୀର ଭଗ୍ନାବଶେଷ, ଦୁର୍ମୂଲ୍ୟ ଧାତବ ପଦାର୍ଥ କିମ୍ବା କିଛି ଗୁପ୍ତଧନ ରହିଛି। ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ 100 ମିଟର ପରିଧି ବାହାରେ ଏମାର ମଠ ପରିସରରୁ ବଡବଡ ଗାତ ଖୋଳି ଏବେ ବିବାଦରେ ଓବିସିସି।

ସେପଟେ ଓବିସିସିର ଦୋମୁଁହା ନୀତିକୁ ନେଇ ପ୍ରଶ୍ନ କରିଛନ୍ତି ସେବାୟତ ଓ ଜଗନ୍ନାଥ ସେନା ଆବାହକ। ତେବେ ଆଗାମୀ ଦିନରେ ଛତିଶାନିଯୋଗ ବୈଠକରେ ଜିପିଆରଏସ୍ ରିପୋର୍ଟ ସାର୍ବଜନୀନ କରିବା ପ୍ରସଙ୍ଗ ଉଠାଯିବ କହିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସଭାପତି ।

ଗୋଟିଏ ବିଭାଗର ଭିନ୍ନଭିନ୍ନ ମତକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଆସନ୍ତା ପରିଚାଳନା କମିଟି ବୈଠକରେ ଜିପିଆରଏସ୍ ରିପୋର୍ଟକୁ ଓବିସିସି ସାର୍ବଜନୀନ କରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର  । ରିପୋର୍ଟ ସାର୍ବଜନୀନ ନକଲେ ଗୁପ୍ତଧନ ଠାବ ଏକ ପ୍ରକାର ସୁନିଶ୍ଚିତ ଓ ଏହା ରାତି ଅଧିଆ ଲୁଟ୍ ହୋଇଥିବା ଚର୍ଚ୍ଚାକୁ ଆହୁରି ସନ୍ଦେହ ବଢ଼ାଇବ ।

 

Leave A Reply

Your email address will not be published.