Latest Odisha News

BREAKING NEWS

ଭଲ ନାଚିଲେ ମିଳିବ କନିଆ : ଏଠି ପୁଅ ନୁହେଁ , ଝିଅ ବାଛେ ନିଜ ବର

ନୂଆଦିଲ୍ଲୀ: ବାହାଘରକୁ ନେଇ ବିଭିନ୍ନ ଦେଶରେ ରହିଛି ଭିନ୍ନ ପରମ୍ପରା  । ସାଧାରଣତଃ ବାହାଘର ସମୟରେ ବରପକ୍ଷ ଲୋକ ଯେତେବେଳେ କନ୍ୟା ଦେଖିବାକୁ ଆସନ୍ତି । ସେତେବେଳେ କନିଆ ଜଣଙ୍କ ସଜବାଜ ହୋଇ ବର ଅପେକ୍ଷାରେ ବସିଥାଏ । ବର ଏବଂ ତାଙ୍କ ଘର ଲୋକ ଆସିବେ , ଆଉ କନ୍ୟାକୁ ଦେଖି ପସନ୍ଦ କରିବେ । ତା ପରେ ହାତକୁ ଦୁଇ ହାତ ହେବେ । କିନ୍ତୁ ଏମିତି ଏକ ଦେଶ ରହିଛି  । ଯେଉଁଠି ନାଚ ଦେଖି ବର ବାଛିବାର ଏକ ଭିନ୍ନ ପରମ୍ପରା ରହିଛି ।

ଏଠାରେ ପୁଅମାନେ ନିଜେ ସଜବାଜ ହୋଇ, ନାଚଗୀତ କରି ଝିଅଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତି। କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ହେଲେ ବି ସତ  । କ୍ୟାମରୁନ୍ ଏଵଂ ନାଇଜେରିଆରେ ରହୁଥିବା ନାଇଗର ଜନଜାତି ସମ୍ପ୍ରଦାୟରେ ଏହି ଅଜବ ପରମ୍ପରା ଦେଖିବାକୁ ମିଳେ। ଯାହାର ନାଚ ସୁନ୍ଦର ହେବ , କନିଆ ତାହାର ହେବ। ଏଠି ପୁଅ ନୁହେଁ , ଝିଅ ବାଛେ ନିଜ ବର । ମେକଅପ୍ ନେଇ ସଜେଇ ହୋଇ ବର କନିଆ ଆଗକୁ ଆସିବ  । ଆଉ ଅଣ୍ଟା ହଲେ ଠୁମୁକା ମାରି କନିଆକୁ ଇମ୍ପ୍ରେସ କରିବ  ।

ଏହି ନୃତ୍ୟ କଳାକୁ ଦେଖି ମହିଳା ଜଣକ ଯେଉଁ ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ତାଙ୍କ କାନ୍ଧରେ ନିଜ ହାତକୁ ରଖିନ୍ତି । ଏଭଳି କରି ସେହି ପୁରୁଷ ସହ ବୈବାହିକ ସମ୍ପର୍କ ସ୍ଥାପନ କରିଵାକୁ ମହିଳାମାନେ ସ୍ବୀକୃତି ପ୍ରଦାନ କରନ୍ତି ବୋଲି ବିବେଚନା କରାଯାଏ । ଏହି ଉତ୍ସବ ଅବିକଳ ସୌନ୍ଦର୍ୟ୍ୟ ପ୍ରତିଯୋଗିତା ଭଳି ହୋଇଥାଏ।

ପୁରୁଷମାନେ ମୁହଁରେ ଅଧିକ ମେକ୍‌ଅପ୍‌ ନେବା ସହ ସୁନ୍ଦର ପୋଷାକ ଓ ଅଳଙ୍କାରମାନ ପିନ୍ଧିଥାନ୍ତି। ଏହାବାଦ୍ ସେମାନେ ଏକ ଵିଶେଷପ୍ରକାର ନୃତ୍ୟ ପରିବେଷଣ କରି ନିଜ ପୁରୁଷପଣିଆ ପ୍ରଦର୍ଶନ କରିଥାନ୍ତି। ଏହାକୁ ‘ଗୁଏରେୱଲ ଉତ୍ସଵ’ ବୋଲି ମଧ୍ୟ କୁହାଯାଇଥାଏ  ।

Leave A Reply

Your email address will not be published.