Latest Odisha News

BREAKING NEWS

ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା

ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା ବୋଲି ଜଣାପଡିଛି । ପ୍ରାଥମିକ ଚିକିତ୍ସା ରୁ ଶିଶୁ ଟି ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

ତେବେ ଗତକାଲି ସମ୍ବଲପୁର ଜିଲ୍ଲାର ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଜଙ୍ଗଲ ଦେଇ ଯାଉଥିବା ସ୍ଥାନୀୟ ବାସିନ୍ଦା ଶିଶୁଟିର ଚିତ୍କାର ଶୁଣି ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ । ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଟିମ୍ ର 7 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନବଜାତ ଶିଶିୁ କନ୍ୟାଟିକୁ ଉଦ୍ଧାର କରାଯାଇଥିଲା ।

ଘଟଣାରେ ସମ୍ବଲପୁର ଏସପି ଶ୍ରୀ ଭାମୁ କହିଛନ୍ତି ଯେ, ଶିଶୁ କୁ ଉଦ୍ଧାର କରିବା ଆମର ପ୍ରାଥମିକତା ଥିଲା ଯାହା ସଫଳ ହୋଇଛି । ତେବେ ଶିଶୁ ଟି କୁ କିଏ ଓ କାହିଁକି ଏପରି ଫିଙ୍ଗିଦେଇଛି ସେନେଇ ତଦନ୍ତ ହେବ । ଏହାସହ ଖୋଲା ବୋରଓ୍ବେଲ ବିଷୟରେ ମଧ୍ୟ ପରବର୍ତ୍ତି ସମୟରେ ତଦନ୍ତ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.