Latest Odisha News

BREAKING NEWS

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ପାରଦ । ଶୀତ ଋତୁ ଆରମ୍ଭ ହେବାର ଦୀର୍ଘ ଦିନ ପରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ ରାସ୍ତା କଡ ଗୁଡିକରେ ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି ।

BjdElectrycity

ସକାଳୁ ସକାଳୁ ଚା’ ଦୋକାନରେ ଭିଡ ଜମୁଛି । ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି ।

ଗତକାଲି ରାତିରେ ରାଜ୍ୟର ୨୬ ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ତେବେ ସବୁଠୁ କମ୍ ୯.୫ ଡିଗ୍ରୀ ଦାରିଙ୍ଗିବାଡ଼ିରେ ରେକର୍ଡ ହୋଇଛି । ଏହାପରେ କେନ୍ଦୁଝରରେ ୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହି ଦୁଇଟି ସ୍ଥାନ ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ।

Leave A Reply

Your email address will not be published.