Latest Odisha News

BREAKING NEWS

କବିତା : ପଥିକ

ପ୍ରିୟମ୍ବଦା ସାମଲ

ସାତସୁରେ ବନ୍ଧା ଏଇ ଜୀବନରେ
ଦିଗହରା ସେ ପଥିକ
କଣ୍ଟକିତ ପଥ କର ଆଲୋକିତ
ତୁମେ ତ ଦିବ୍ୟ ନାୟକ।

ଦେବାର ପଣରେ ତୁମେ ଯେ ଧନୀକ
ନେବା ପଣେ ସିଏ ନିସ୍ବ
ତୁମେ ଭାବମୟ ଭାବର ସାଗର
ସେ ଅଟଇ ଝର ଶୁଷ୍କ ।

କର୍ମର ବୋଝରେ କ୍ଳାନ୍ତଶ୍ରାନ୍ତ କେବେ
ବନ୍ଧୁରିତ ପଥ ପ୍ରାନ୍ତ
ଅବାରିତ ଅବଷର୍ଣ୍ଣ ତା ମନକୁ
କରୁଥାଏ ଆଶା ସିକ୍ତ।

ଝଡ଼ର ସାଗରେ ଡୁବିଯାଏ ଯେବେ
ନାଆ ତା ସଳଖ କର
ହେ ବିଶ୍ଵ ନାୟକ ଦିଗହରା ପଥେ
ପଥ ପ୍ରଦର୍ଶନ କର।

ଅସୁମାରୀ ଆଶା କେତେ ଅଭିଳାଷା
ଅହରହ ଜାଗରିତ
ପୁଣ୍ୟ ପ୍ରାଣ ତେଜଦୀପ୍ତ ଜ୍ୟୋତି ସମ
ମନେ ଜଗାଅ ସତତ।

ତୁମେ ଜ୍ୟୋତିମାନ ତା ଜୀବନ ପଥେ
ଆଖି ଥାଇ ଅନ୍ଧ ସେହି
ଦିଗହରା ପଥେ ନିର୍ଦ୍ଦେଶକ ତୁମେ
ତୁମେ ଜଗତର ସାଇଁ।

ଭୁବନେଶ୍ୱର

Leave A Reply

Your email address will not be published.