Latest Odisha News

BREAKING NEWS

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ ଥର ବଜେଟ ବେଳେ ଯେଉଁ ନୂଆ ଯୋଜନା କିମ୍ବା ଅଭିଯାନ ଘୋଷଣା କରିଥିଲେ ସରକାର ସେଥିରେ ବିଜୁ ନାଁ ରହିଥିଲା। ଚଳିତ ଥର କିନ୍ତୁ ନବୀନ ସରକାର ଏହି ଧାରାରୁ ବିଚ୍ୟୁତି ହୋଇଥିବା ଦେଖିବାକୁ ମିଳିଛି।

ଆଗକୁ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚଳିତଥର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଛି । ଏହି ବଜେଟ ଜରିଆରେ ବିଭିନ୍ନ କ୍ଷେତ୍ର ଉପରେ ଫୋକସ ଦିଆଯାଇଛି । ଯେଉଁସବୁ ନୂଆ ଯୋଜନା ଆରମ୍ଭ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଯୋଜନା ଭଳି ।

ନୂଆ ଯୋଜନା ଏବଂ ଅଭିଯାନ ପାଇଁ ଶିକ୍ଷା କ୍ଷେତ୍ରରେ ରହିଛି ମୁଖ୍ୟମନ୍ତ୍ରୀ ପୁରସ୍କାର, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି, ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଂଟ ପ୍ରୋଗ୍ରାମ, ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ଆମ ହସ୍ପିଟାଲ ଯୋଜନ. ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ,ଆମ ବସଷ୍ଟାଣ୍ଡ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ, ବିଦେଶ ବିମାନ ଉଡାଣ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା, ବନ ସୁରକ୍ଷା ସମିତି, ମିଶନ ଶକ୍ତି ସ୍କୁଟର ଯୋଜନା ଇତ୍ୟାଦି । ପୂର୍ବରୁ ମୋ ସରକାର, ମୋ ପୁଲିସ, ମୋ ବସ ଆଦି ନାଁରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଏବଂ ଅଭିଯାନ ପ୍ରଣୟନ କରି ସାରିଛନ୍ତି।

୨୦୧୪ରେ ମୋଦୀ ସରକାର ଆସିବା ପରେ ଯୋଜନାରୁ ନାଁ ହଟାଇ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ବରପୁତ୍ରଙ୍କ ନାମରେ ଯୋଜନା କରିଛନ୍ତି । ଯେମିତିକି ଇନ୍ଦିରା ଗାନ୍ଧୀ ଆବାସ ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରକୁ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ପ୍ରଧାନମନ୍ତ୍ରୀ କୃଷି କଲ୍ୟାଣ ଯୋଜନା ଇତ୍ୟାଦି ରହିଛି ।ଠିକ୍ ସେହିପରି ଚଳିତ ଥର ରାଜ୍ୟ ସରକାର ଯେଉଁ ୨୦ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ସେଥିରେ ମୋ, ଆମ, ମୁଖ୍ୟମନ୍ତ୍ରୀ ନାଁରେ ଯୋଜନା ଘୋଷଣା କରିଛନ୍ତି।

ଯଦିଓ ଏବେ ବି ବିଜେଡି ସରକାରରେ ଅନେକ ଯୋଜନା ବିଜୁ ପଟ୍ଟନାୟକଙ୍କ ନାଁରେ ରହିଛି ହେଲେ ଚଳିତଥର ବଜେଟରେ ବିଜୁଙ୍କ ନାଁରେ କୌଣସି ନୂଆ ଅଭିଯାନ କିମ୍ବା ଯୋଜନା ନହେବା ଶାସକ ଦଳ ନିର୍ବାଚନ ବେଳେ ଆଉ ବିଜୁଙ୍କ ନାଁ ନନେଇ ଏଥର ରଣନୀତି କରି ଭୋଟ୍ ସାଉଁଟିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.