Latest Odisha News

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଚକୋଲେଟ ଚୋରି କରି ଜେଲ ଗଲେ ଯୁବକ

ଚିତ୍ରକୂଟ: ରାଜସ୍ଥାନର ଚିତ୍ରକୂଟରେ ଗାର୍ଲଫ୍ରେଣ୍ଡ ପାଇଁ ଚକୋଲେଟ ଚୋରି କରି ଜଣେ ଅବିନାଶ ନାମକ ଜଣେ ଯୁବକ ଜେଲ ଯାଇଛନ୍ତି । ବିଳମ୍ବିତ ରାତିରେ ଗାର୍ଲଫ୍ରେଣ୍ଡ ଚକୋଲେଟ ଖାଇବା ପାଇଁ ଜିଦ୍ ଧରିଥିଲେ । ମାତ୍ର ରାତିରେ ଦୋକାନ ଖୋଲା ନ ଥିବାରୁ ଏହା ମିଳି ନ ଥିଲା । ଶେଷରେ ଗୋଟିଏ ଦୋକାନର ତାଲା ଭାଙ୍ଗି ୨୦ହଜାର ଟଙ୍କାର ଚକୋଲେଟ ଚୋରି କରିଥିଲେ ।

ଫ୍ରିଜରେ ଥିବା ସମସ୍ତ ୭୦୦ ଚକୋଲେଟ ସେ ଚାରି କରିବା ପରେ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିଲେ । ପୋଲିସ ତାଙ୍କ ନିକଟରୁ ୬୯୫ ଚକୋଲେଟ ଉଦ୍ଧାର କରିଛି । ଘଟଣାଟି ଏବେ ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.