Latest Odisha News

BREAKING NEWS

ବଡ଼ବିଲରେ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦଘାଟିତ

ବାଲେଶ୍ଵର: ଟିପିଏନଓଡିଏଲ୍ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ ନିଲେଶ ପୋଟଫୋଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ ମହାନ୍ତି, ମାନବ ସମ୍ବଳ ମୁଖ୍ୟ ରମେନ୍ଦ୍ର ବନିକ, କେନ୍ଦୁଝର ଅଧୀକ୍ଷଣ ଯନ୍ତ୍ରୀ ରଶ୍ମୀକାନ୍ତ ବେହେରା ତଥା ଯୋଡା ନିର୍ବାହୀ ଯନ୍ତ୍ରୀ ସୁଜିତ ରଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ତଥା ସଦସ୍ୟମାନେ ଉପସ୍ଥିତ ଥିଲେ ।

ଆୟୋଜିତ ଉପଭୋକ୍ତା ସମ୍ମିଳନୀରେ ଟିପିଏନଓଡିଏଲର ପକ୍ଷରୁ ଗୁଣାତ୍ମକ ବିଦ୍ୟୁତ ସେବା, ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ ତଥା ଅଭିନବ ଉପଭୋକ୍ତା-କୈନ୍ଦ୍ରୀକ ଆଭିମୁଖ୍ୟ ବିଷୟରେ ଆଲୋକପାତ କରାଯିବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ ବିଶେଷ ଉପସ୍ଥାପନା କରଯାଇଥିଲା I ଉପସ୍ଥିତ ଉଦ୍ଯୋଗ ପ୍ରତିନିଧୀମାନେ ମଧ୍ୟ ଟିପିଏନଓଡିଏଲର ବିଦ୍ୟୁତ ପରିଚାଳନା ନେଇ ନିଜର ମତାମତ ପ୍ରକାଶ କରିବା ସହ ବିତରଣ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣକୁ ନେଇ ପ୍ରଶଂସା କରିଥିଲେ I

ଏହି ଅବସରରେ ବିଭିନ୍ନ ଉଦ୍ଯୋଗ ପ୍ରତିନିଧୀମାନଙ୍କୁ ନେଇ ‘ଭାରତର ସବୁଜ ଶକ୍ତି ଆକାଂକ୍ଷାକୁ ପୂରଣ କରିବା ଦିଗରେ ଉଦ୍ଯୋଗମାନଙ୍କ ଭୂମିକା’ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଅଧିବେଶନରେ, ଟାଟା ଷ୍ଟିଲର ପାୱାର ସିଷ୍ଟମ୍ ମୁଖ୍ୟ ଏମ୍ ଆର ରଥ ‘ଶକ୍ତି ସଂରକ୍ଷଣର ପ୍ରାସଙ୍ଗିକତା ଏବଂ ଶିଳ୍ପୋଦ୍ୟୋଗ ମାନଙ୍କର ଭୂମିକା’ ଉପରେ ବିଶେଷ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ସିଇଓ ଶ୍ରୀ କାଲେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଏନଓଡିଏଲ ପ୍ରତିଶ୍ରୁତିବଦ୍ଧ ରହିଥିବାବେଳେ ଗ୍ରାହକ-କୈନ୍ଦ୍ରିକ ସେବା, ବିଦ୍ୟୁତ ସୁରକ୍ଷା, ସୌରୀକରଣ ଏବଂ ନିରନ୍ତର ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ କାର୍ଯ୍ୟରତ ରହିଛି ବୋଲି କହିଥିଲେ । ବିଦ୍ୟୁତ୍ ନିର୍ଭରଯୋଗ୍ୟତା ତଥା ସୌରଶକ୍ତିର ବହୁଳ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ସଶକ୍ତ କରିବା ପାଇଁ ଟିପିଏନଓଡିଏଲ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ସେ ଦୋହରାଇଥିଲେ I

ସେହିପରି ଯୋଡାରେ ଏକ ଆଧୁନିକ ମିଟରି ମ୍ୟାନେଜମେଣ୍ଟ ଷ୍ଟୋରର ମଧ୍ୟ ଲୋକାର୍ପଣ ହୋଇଯାଇଛି । ଏହି ଷ୍ଟୋରରେ ମିଟର ସମ୍ବନ୍ଧୀୟ ଉନ୍ନତମାନର ସେବା ସୁବିଧା ଯୋଗାଇବା ନେଇ ବନ୍ଦୋବସ୍ତ ରହିଛି । ଅପରପକ୍ଷେ ବଡ଼ବିଲରେ ଏକ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦ୍ଘାଟନ କରାଯାଇଛି । ଏହି ସବଷ୍ଟେସନ ବଡବିଲ ଟାଉନ, ଠାକୁରାଣୀ, ବେଳକୁଣ୍ଡି ଆଦି ଅଞ୍ଚଳର ୩ହଜାରରୁ ଅଧିକ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପ୍ରଦାନ କରିବାରେ ବେଶ୍ ସହାୟକ ହୋଇପାରିବ । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଭୋଲ୍ଟେଜ ଅସ୍ଥିରତା, ବିଦ୍ୟୁତ ବିଭ୍ରାଟ ଭଳି ସ୍ଥିତିର ମୁକାବିଲା କ୍ଷେତ୍ରରେ ଏହି ସବଷ୍ଟେସନ ବିଶେଷ ସହାୟକ ହେବ ।

Leave A Reply

Your email address will not be published.