Latest Odisha News

BREAKING NEWS

ଏସଟିପିଆଇର ‘ଏସଟିପିଆଇ ଇଲାଇଟ’କେନ୍ଦ୍ର ଲୋକାର୍ପିତ ହେଲା

ଭୁବନେଶ୍ୱର : ଭାରତ ସରକାରଙ୍କ ଅଧିନସ୍ଥ ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟର ସପ୍ଟୱେୟାର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆର ଏକ ଅତ୍ୟାଧୁନିକ କେନ୍ଦ୍ର ଏସଟିପିଆଇ ଇଲାଇଟ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକାର୍ପିତ କରିଛନ୍ତି ।

ବିଗତ ଦୁଇ ଦଶନ୍ଧି ମଧ୍ୟରେ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠା, ବୈଜ୍ଞାନିକ ପରାମର୍ଶ ଇଲେକଟ୍ରୋନିକ ଯୋଗାଯୋଗ କ୍ଷେତ୍ରରେ ଏସଟିପିଆଇ ର ଉଲ୍ଲେଖନୀୟ ଅବଦାନ ରହିଛି ।

ଏସଟିପିଆଇ ଅଂଶୀଦାର ମାନଙ୍କ ସହ ସୁସମ୍ପର୍କ ରକ୍ଷା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାରତରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଏକ ନିର୍ଭର ଯୋଗ୍ୟ କେନ୍ଦ୍ର ହୋଇ ପାରିଛି । ସମଗ୍ର ଭାରତରେ ଏହାର ୫୮ଟି କେନ୍ଦ୍ର କାର୍ଯ୍ୟକ୍ରମ ହେଇଛି । କେବଳ ଓଡ଼ିଶାରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରଠାରେ ତିନୋଟି ପୂର୍ଣ୍ଣ କାର୍ଯ୍ୟକ୍ରମ କେନ୍ଦ୍ର ରହିଛି । ଆଗାମୀ ଦିନରେ ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଓ ସମ୍ବଲପୁରରେ ଆଉ ପାଞ୍ଚଟି କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ୧୯୯୨-୯୩ ରେ ସପ୍ଟୱେର ରପ୍ତାନିର ମୂଲ୍ୟ ୫୨କୋଟି ଥିବା ବେଳେ ଅଧୁନା ୩,୬୦,୦୦୦ କୋଟିକୁ ଅତିକ୍ରମ କରିସାରିଛି । ଭାରତ ସରକାରଙ୍କର ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିବାର ପ୍ରୟାସରେ ଏସଟିପିଆଇ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ସଫ୍ଟୱେର ଉତ୍ପାଦରେ ରପ୍ତାନି ଅଭିବୃଦ୍ଧିରେ ଏସଟିପିଆଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଗତ ବର୍ଷ ମାନଙ୍କରେ ଓଡ଼ିଶା ଏସଟିପିଆଇ ମାଧ୍ୟମରେ ଅନେକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏହା ସୂଚନା ଓ ପଯୁକ୍ତି କ୍ଷେତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ।

ସୂଚନା ଓ ପ୍ରଯୁକ୍ତି ଶିଳ୍ପର ପ୍ରସାର ତଥା ରପ୍ତାନୀର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଭୁବନେଶ୍ୱର ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ୭୫,୦୦୦ ବର୍ଗଫୁଟ ପରିମିିତ ଜାଗା ଯାହାକି ବ୍ୟବସାୟୀ ତଥା ନୂତନ ଶିଳ୍ପଦ୍ୟୋଗୀ ଉପଯୋଗ କରିପାରିବେ । ଏସଟିପିଆଇର ଲକ୍ଷ ପୁଞ୍ଜି ନିର୍ଦେଶ, ବ୍ୟବସାୟର ପ୍ରସାର ପାଇ ଭିତ୍ତିଭୂମି ସୃଷ୍ଟି କରିବା । ସୂଚନା ପ୍ରଯୁକ୍ତି ଉତ୍ପାଦ ରପ୍ତାନି ଦ୍ୱାରା ଓଡ଼ିଶାର ସାମଗ୍ରିକ ବିକାଶ ଓ ଆର୍ଥିକ ଅଭିବୃଦ୍ଧି କରାଇବା ।
ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଏସଟିପିଆଇର ଡ଼ାଇରେକ୍ଟର ଜେନେରାଲ ଡ଼ଃ ଓମକାର ରାୟ, ସିନିୟର ଡ଼ାଇରେକ୍ଟର ଏସଟିପିଆଇ ଦେବେଶ ତ୍ୟାଗୀ ଓ ଏସଟିପିଆଇର ଡ଼ାଇରେକ୍ଟର ମାନସ ପଣ୍ଡା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.