Latest Odisha News

ଔଷଧ କମ୍ପାନୀଙ୍କୁ ପ୍ରୋତ୍ସାହନ ରାଶି ଦେବେ ଓଡିଶା ସରକାର

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଔଷଧ କମ୍ପାନୀମାନଙ୍କୁ ଓଡିଶା ସରକାର ପ୍ରୋତ୍ସାହନ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ଔଷଧ କମ୍ପାନୀମାନେ କ୍ରୟାଦଶ ପାଇବାର ୭ଦିନ ମଧ୍ୟରେ କୋଭିଡ-୧୯ ପାଇଁ ଉଦ୍ଧିଷ୍ଟ ଜରୁରୀକାଳୀନ ଯୋଗାଣ ସମ୍ପୂର୍ଣ୍ଣ କରିବେ, ସେମାନଙ୍କୁ ମୋଟ୍ କ୍ରୟର ୫୦% ରାଶି ପ୍ରୋତ୍ସାହନ ସ୍ୱରୂପ ଦେବେ ସରକାର ।

ଏହାବ୍ୟତିତ ଯୋଗାଣ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ନିକଟରେ ୨୦ ଲକ୍ଷ ତ୍ରି-ସ୍ତରୀୟ ମାସ୍କ ଯୋଗାଣ କରିଥିବା ଯୋଗୁଁ ସମ୍ପୃକ୍ତ କମ୍ପାନୀମାନଙ୍କୁ ଓଡିଶା ରାଜ୍ୟ ଔଷଧ ନିଗମ ଯୋଗାଣ ପ୍ରୋତ୍ସାହନ ରାଶି ପ୍ରଦାନ କରିଛି ।

ଉଲ୍ଲେଖଯୋଗ୍ୟ, କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହଛି । ଏହି ଭୁତାଣୁ ସଂକ୍ରମଣରେ ଏଯାବତ୍ ୨୭ ଜଣଙ୍କର ମୃତ୍ୟୁ ଘଟିବା ସହ ପ୍ରାୟ ୧୦୦୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ।

Comments are closed.