Latest Odisha News

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍, ବଢୁଛି ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ରବିବାର ଦିନ ଆଉ ୮ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୩,୪୧,୯୫୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩,୪୧,୯୫୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୫.୬୯ ଫୁଟକୁ ଛୁଇଁଛି । ବର୍ତ୍ତମାନ ସମୟରେ ପ୍ରାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାକୁ ଲାଗିଛି । ଫଳରେ ଆଜି ରେଙ୍ଗାଲି ଡ୍ୟାମର ୨ଟି ଗେଟ୍ ମଧ୍ୟ ଖୋଲଯାଇଛି ।

Comments are closed.