Latest Odisha News

BREAKING NEWS

ଖାଦ୍ୟରେ ସାମିଲ୍ କରନ୍ତୁ କଞ୍ଚା ଲଙ୍କା, ଦୂର ହେବ ଏହି ସବୁ ରୋଗ…..

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍‌ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ବି ପକାଇ ରାନ୍ଧନ୍ତୁ ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ। ପାଟିକୁ ରାଗ ଲାଗୁଥିବା କଞ୍ଚା ଲଙ୍କା ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆଜିକାଲି ଖାଦ୍ୟରେ ଶୁଖିଲା ଲଙ୍କାର ବ୍ୟବହାର ଅଧିକ ହେଉଛି, ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଶୁଖିଲା ଲଙ୍କା ବଦଳରେ କଞ୍ଚାଲଙ୍କା ଖାଆନ୍ତୁ। ଏଥିରେ ଭିଟାମିନ ‘ଏ’ ଏବଂ ଭିଟାମିନ ‘ସି’ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ସହିତ ଏଥିରେ ଭିଟାମିନ୍ ‘ବି’, ଆଇରନ, କପର, ପୋଟାସିୟମ, ପ୍ରୋଟିନ ଓ କାର୍ବୋହାଇଡ୍ରେଟ ରହିଛି। ଏସବୁ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରେ। ଆସନ୍ତୁ କଞ୍ଚାଲଙ୍କାରୁ ଆମକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ।

BjdElectrycity
  • ହଜମ କ୍ରିୟା ଭଲ ହୁଏ: କଞ୍ଚା ଲଙ୍କା ଖାଇବା ଦ୍ୱାରା ଖାଦ୍ୟ ଠିକ୍‌ରେ ହଜମ ହୁଏ। ଅପରପକ୍ଷରେ ଶୁଖିଲା ଲଙ୍କା ହଜମ କ୍ରିୟାକୁ ବିଗାଡ଼ି ଦିଏ।
  • ଚିନ୍ତା ଦୂର କରେ: ଆଜିକା ଯୁଗରେ ଚିନ୍ତା ଏକ ବଡ଼ ସମସ୍ୟା ପାଲଟିଛି। ଲୋକ ମାନେ ଚିନ୍ତାରୁ ବଞ୍ଚିବା ଲାଗି ନାନା ଉପାୟ ଅବଲମ୍ୱନ କରୁଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି କଞ୍ଚାଲଙ୍କା ଖାଇବା ଦ୍ୱାରା ମୁଣ୍ଡରେ ‘ଏଣ୍ଡ୍ରୋଫିନର’ ସଞ୍ଚାର ହୋଇଥାଏ ଯାହା ଚିନ୍ତା ଦୂର କରିବାରେ ସାହାର୍ଯ୍ୟ କରିଥାଏ। ଏହା ଦ୍ୱାରା  ଆମେ ମାନସିକ ସ୍ତରରେ ସତେଜ ଅନୁଭବ କରୁ।
  • କ୍ୟାନସରର ମୁକାବିଲା କରେ: କଞ୍ଚା ଲଙ୍କାରୁ ମିଳୁଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ମଜଭୁତ କରିଥାଏ। ଏହା କ୍ୟାନସର ପରି ରୋଗ ସହ ଲଢିବାରେ ସାହାଯ୍ୟ କରେ। ଫୁସ୍‌ଫୁସ୍‌ କ୍ୟାନସର ରୋଗୀଙ୍କ ପାଇଁ କଞ୍ଚାଲଙ୍କା ଅଧିକ ଉପକାରୀ। ଅଧିକ ଧୂମପାନ କରୁଥିବା ଲୋକେ କଞ୍ଚାଲଙ୍କା ଖାଇବା ଉଚିତ।
  • ସୁଗାର ନିୟନ୍ତ୍ରଣ କରେ: ଶରୀରରେ ସୁଗାରର ନିୟନ୍ତ୍ରଣ କରିବାରେ କଞ୍ଚାଲଙ୍କା ବଡ଼ ଉପକାରୀ ସାବ୍ୟସ୍ତ ହୁଏ। ଏଥିପାଇଁ ଏକ ଗ୍ଲାସ୍‌ ପାଣିରେ କଞ୍ଚାଲଙ୍କାକୁ ଭାଙ୍ଗି ରାତିସାରା ବତୁରାଇ ଦିଅନ୍ତୁ। ସକାଳୁ ସେଥିରୁ ମଞ୍ଜି ବାହାର କରି ପାଣି ପିଅନ୍ତୁ। ଏକ ମାସ ପର୍ଯ୍ୟନ୍ତ ଏହି ଉପାୟ ଅବଲମ୍ୱନ କରିବା ଦ୍ୱାରା ସୁଗାର ନିୟନ୍ତ୍ରଣ ହୁଏ।
Leave A Reply

Your email address will not be published.