Latest Odisha News

BREAKING NEWS

CBI Arrest:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଇନକମ ଟ୍ୟାକ୍ସ ଅଫିସର

ଭଦ୍ରକ: ଆୟକର ବିଭାଗ ଅଧିକାରୀ ରମେଶ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି । ଏହି ଅଫିସର ଜଣକ ହେଉଛନ୍ତି ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଅଫିସ ସୁପରିଣ୍ଟେଣ୍ଡେଣ୍ଟ ରମେଶ କୁମାର ମହାନ୍ତି। ୪ହଜାର ଟଙ୍କା ଲାଞ୍ଚ‌ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି।

ଏକ ଡୁପ୍ଲିକେଟ୍  ପ୍ୟାନ୍ କାର୍ଡକୁ ଡିଲିଟ୍ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଇନକମ ଟ୍ୟାକ୍ସ ଅଫିସର। ବୁଧବାର ଅଭିଯୋଗକାରୀଙ୍କଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରମେଶ କୁମାର ମହାନ୍ତିଙ୍କୁ ସିବିଆଇ ଟିମ୍ ଗିରଫ କରିଥିଲା। ବର୍ତ୍ତମାନ ରମେଶ କୁମାର ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଲାଞ୍ଚ କାରବାର ଉପରେ ଅଧିକ ତଦନ୍ତ ଜାରି ରହିଛି।

Comments are closed.