ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି ।
ମନୋଜ ମିଶ୍ର କୋମନା ବ୍ଲକ୍ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ । ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ୍ର ପ୍ରମୂଖ ଦାବିଦାର ଥିଲେ ମନୋଜ । ଉପନିର୍ବାଚନ ପ୍ରଚାର ଶେଷ ଦିନରେ ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.