Latest Odisha News

୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା

ଉତ୍ତରପ୍ରଦେଶ : ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା । ଗତକାଲି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ହୋଇଥିବା ରେଡ୍ ଯେ ଏକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି । ରାଜୀବଙ୍କ ଘରେ ଆୟକର ବିଭାଗ ପ୍ରାୟ ୧୫ ଘଣ୍ଟା ଧରି ଛାନବିନ କରିଥିଲା । ମାତ୍ର ସେମାନଙ୍କୁ ମିଳିଥିଲା ୧୭ ହଜାର ଟଙ୍କା ।

ଗତକାଲି ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ରେଡ୍ ହୋଇଥିଲା । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହଯୋଗୀ । ଏହାସହ ମଇନପୁରୀରେ ଥିବା ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଗତକାଲି ଲକ୍ଷ୍ନୌରେ ଜୈନେନ୍ଦ୍ର ଯାଦବ, ମଇନପୁରରେ ମନୋଜ ଯାଦବଙ୍କ ଘରେ ବି ରେଡ କରିଥିଲା ଆଇଟି ବିଭାଗ । ତେବେ ସେମାନଙ୍କ ଘରୁ ମଧ୍ୟ ସେପରି କିଛି ଜବତ ହୋଇ ନଥିବା ସୂଚନା ମିଳିଛି । ଗତ ୨୦୧୪ରେ ରାଜୀବ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସହ ପାର୍ଟିର ମୁଖପାତ୍ର ଅଛନ୍ତି ।

Comments are closed.