Latest Odisha News

BREAKING NEWS

ଆଇପିଏଲ:ଜବରଦସ୍ତ ଫର୍ମରେ ଥିବା ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜିର ମୁକାବିଲାରେ ଜବରଦସ୍ତ ଫର୍ମରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର କ୍ରମାଗତ ୩ଟି ବିଜୟ ହାସଲ କରିଛି । ଅପରପକ୍ଷରେ ରାଜସ୍ଥାନ ୩ଟି ଖେଳି ଗୋଟିକରେ ବିଜୟୀ ହୋଇଛି । ଯୁବ ଅଧିନାୟକ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ । ରିପୋର୍ଟ ମୁତାବକ ମାନନ ଭୋରାଙ୍କ ସ୍ଥାନରେ ଯଶସ୍ୱୀ ଜୈସ୍ୱାଲଙ୍କୁ ସୁଯୋଗ ମିିଳିପାରେ ।

ଏବି ଡିଭିଲର୍ସ ଓ କୋହଲିଙ୍କ ବିପକ୍ଷରେ ଭଲ ବୋଲିଂ ପ୍ରଦର୍ଶନ କରୁଥିବା ଶ୍ରେୟାଶ ଗୋପାଳ ଦଳକୁ ଫେରିବା ସମ୍ଭାବନା ରହିଛି । ସଞ୍ଜୁ ସାମସନ ବାଙ୍ଗାଲୋର ବୋଲର ୟୁଜଭେନ୍ଦ୍ର ଚହଲଙ୍କ ବିପକ୍ଷରେ ବାରମ୍ବାର ଫେଲ୍ ହୋଇଛନ୍ତି । ସେ ରଣନୀତିରେ ପରିବର୍ତନ କରିପାରନ୍ତି । ଅପରପକ୍ଷରେ ବାଙ୍ଗାଲୋର ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ ହେବା ସମ୍ଭାବନା କମ୍ ରହିଛି ।

Leave A Reply

Your email address will not be published.