Latest Odisha News

BREAKING NEWS

କରୋନା ମୁକାବିଲା ଚିନ୍ତା: ଭୁବନେଶ୍ୱରରେ ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି, ପ୍ରତି ଜୋନ ପାଇଁ ୧୩ଟି ଟିମ୍

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁକାବିଲା ପାଇଁ ବଦଳୁଛି ରଣନୀତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥରେ ବଢ଼ିଛି ରାପିଡ଼ ରେସପନ୍ସ ଟିମ୍‌(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ କରାଯାଇଛି । ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ୍‌ । ପ୍ରତି ଟିମ୍‌ରେ ଜଣେ ଡାକ୍ତର, ଏଏନଏମ୍ ଓ କୋଭିଡ୍ ସଚେତକ ଅଛନ୍ତି ।

ଏହି ଟିମ୍ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତଥ୍ୟ ସଂଗ୍ରହ କରିବେ । ଆକ୍ରାନ୍ତଙ୍କୁ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ । ପୂର୍ବରୁ ୨୪ଟି ରାପିଡ୍ ରେସପନ୍ସ ଟିମ୍ ଥିଲା । ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ବୃଦ୍ଧି ସହ ସ୍ୱତନ୍ତ୍ର କୋଭିଡ୍ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.