Latest Odisha News

BREAKING NEWS

କରୋନା ରହିବ ଦୂରରେ: ଏହିସବୁ ଉପାୟ ଦ୍ୱାରା ବଢାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦରକାର ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦ୍ୱାରା କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼ି ଜିତିହେବ। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆମକୁ ସବୁଦିନ ସକାଳେ ଚ୍ୟୱନପ୍ରାଶ୍ ଓ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି। ତେବେ ଏହାକୁ ଛାଡି ଆହୁରି ମଧ୍ୟ ଉପାୟ ରହିଛି ଯାହାଦ୍ୱାରା ଇମ୍ୟୁନିଟି ପାୱାର ବୃଦ୍ଧି ହୋଇ ପାରିବ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ…

ଅଦା କାଢା : ନାନାଦି ଭିଟାମିନ୍, ମାଙ୍ଗାନିଜ୍ ଏବଂ କପରରେ ଭରପୁର ଅଦା ।ଏହା ଦେହ ପାଇଁ ବହୁତ ହିତକାରୀ । ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି, ସେମାନେ ଦୈନିକ ଅଦାରୁ କାଢା ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।ଅଦାରୁ ପ୍ରସ୍ତୁତ ଏହି କାଢା ପିଇବା ଦ୍ୱାରା ରୋଗ ପ୍ରତିରୋଧକ ପ୍ରକ୍ରିୟା ଅଧିକ ଶକ୍ତିଶାଳୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ନିୟମିତ ଭାବେ ଅଦା କାଢା ପିଇବା ଦ୍ୱାରା ରକ୍ତଚାପ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇ ନଥାଏ।

ତୁଳସୀ କାଢା: ତୁଳସୀ ପୂଜା ପାଠ ପାଇଁ ଯେତିକି ଆବଶ୍ୟକୀୟ ଦେହର ହିତ ପାଇଁ ତାଠାରୁ ଅନେକ ଗୁଣରେ ଆବଶ୍ୟକ । ଅନେକ ରୋଗର ସମାଧାନ ଏହି ତୁଳସୀ ମଧ୍ୟରେ ଲୁଚି ରହିଛି ଅନେକ ରୋଗର ସମାଧାନ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଟିକେ ଲୁଣ ମିଶାଇ କାଢା ପ୍ରସ୍ତୁତ କରନ୍ତୁ।ତୁଳସୀ କାଢା ଥଣ୍ଡା, କାଶ ଓ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାମବାଣ ସଦୃଶ ହୋଇଥାଏ । ଏହି କାଢାକୁ ପିଇବା ଦ୍ବାରା ଫ୍ଲୁ ରୋଗରୁ ଶୀଘ୍ର ଆରୋଗ୍ୟ ଲାଭ ହୁଏ। ହାର୍ଟ ସମସ୍ୟା ଥିବା ରୋଗୀଙ୍କୁ ଏହି ତୁଳସୀ କାଢା ପିଇବାକୁ ପରାମର୍ଶ ଦିଆଯାଏ।

Leave A Reply

Your email address will not be published.