Latest Odisha News

ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ଏତେ ପରିମାଣର ସହାୟତା ରାଶି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଉଡାଣ ସମୟରେ ଯାତ୍ରୀଙ୍କ ସହାୟତା କ୍ଷେତ୍ରରେ ଦିଆଯାଉଥିବା କ୍ଷତିପୂରଣରେ ବୃଦ୍ଧି ଘଟିଛି । ଏଥିରେ ବିମାନରେ ବିଳମ୍ବ, ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ଆହତ ବା ମୃତ୍ୟୁ ହେଲେ କ୍ଷତିପୂରଣ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ନାଗରିକ ଉଡ୍ଡୟନ ସଙ୍ଗଠନ (ଆଇସିଏଓ) ଏୟାରଲାଇନ୍ସ କମ୍ପାନୀ ଦ୍ବାରା ଏହି ସୁବିଧା ଦିଆଯାଇଥାଏ ।

କ୍ଷତିପୂରଣ ରାଶିରେ ଏହି ପରିବର୍ତ୍ତନ କନଭେନ୍ସନର ବିଲ୍ଟ-ଇନ୍ ରିଭ୍ୟୁ ମେକାନିଜମ୍ ଅନୁସାରେ କରାଯାଇଛି । କନଭେନ୍ସନ ଅନୁସାରେ ପ୍ରତି ୫ ବର୍ଷରେ ଦରବୃଦ୍ଧିକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଏ । ଡିସେମ୍ବର ଶେଷ ସୁଦ୍ଧା ଆଇନ ପରିବର୍ତ୍ତନ କରିବାକୁ ଆଇସିଏଓ କହିଛି ।

ଆଇସିଏଓ ସୂଚନା ମୁତାବକ, ଏହି ପରିବର୍ତ୍ତନ ୨୮ ଡିସେମ୍ବରରୁ ଲାଗୁ ହେବ । ଆଇସିଏଓର ଏହି ପରିବର୍ତ୍ତନ ଫଳରେ ଭାରତ ସମେତ ସାରା ବିଶ୍ବରେ ୧୪୦ ଦେଶର ଅନ୍ତର୍ଜାତୀୟ ଯାତ୍ରୀ ଉପକୃତ ହେବେ ।

ତେବେ ବୃଦ୍ଧି ହୋଇଥିବା କ୍ଷତିପୂରଣ ରାଶିରେ ରହିଛି, ଯାତ୍ରୀଙ୍କ ମୃତ୍ୟୁ ହେବା ସ୍ଥିତିରେ କ୍ଷତିପୂରଣ ରାଶିକୁ ବଢାଇ ୧ ଲକ୍ଷ ୫୧ ହଜାର ୮୮୦ ଏସଡିଆର କରିଦିଆଯାଇଛି । ଯାହା ଭାରତୀୟ ରାଶି ଅନୁସାରେ ଏହା ୧.୭ କୋଟି ଟଙ୍କା । ବର୍ତ୍ତମାନ ଏହା ୧.୪ କୋଟି ଟଙ୍କା ରହିଛି ।

Leave A Reply

Your email address will not be published.