ଭୁବନେଶ୍ୱର: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାରେ ବୃଦ୍ଧି ହୋଇଛି । ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ । ଏହା ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିବାବେଳେ, ଏବେ ସରକାର ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ବଢ଼ାଇ ଏହି ଦାୟିତ୍ୱ ଦେଇଛନ୍ତି ।
ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଏଚଆରପିସି ଏଡିଜି ଜତିନ୍ଦ୍ର କୋୟଲ ପ୍ରସ୍ତାବ ଦେଇଥିଲେ ।

ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ କରିବା ପାଇଁ, ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ପୋଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉଛି ।
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୁଦ୍ଧରେ ଅତ୍ୟାଚାର ସହିତ ଜଡିତ ମାମଲାରେ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାକୂ ସୁଦୃଢ଼ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ହେଉଛି ଏହି ନିଷ୍ପତ୍ତିର ଲକ୍ଷ୍ୟ ।
Comments are closed.