ପାଣାଜୀ: କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାରଙ୍କ ପଦକ୍ଷେପ । ୧୪୪ ଧାରା ଜାରି କରିଛନ୍ତି ଗୋଆ ସରକାର । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ସରକାର ।
ହୋଲି, ଇଦ୍-ଉଲ୍-ଫିତର ପାଳନ ଉପରେ କଟକଣା ଲଗାଯାଇଛି । ସର୍ବସାଧାରଣ ସ୍ଥଳରେ ପର୍ବ ପାଳନକୁ ଅନୁମତି ଦିଆଯାଇନାହିଁ । ସର୍ବସାଧାରଣରେ ଉତ୍ସବ ପାଳନ ଓ ଭିଡ଼ ନ କରିବାକୁ ଉତ୍ତର ଗୋଆର ଜିଲ୍ଲାପାଳ ଅଜିତ ରାୟ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଗୋଆରେ ସୋମବାର ହୋଲି ପାଳନ ହେବ । ଆଜି ସବ୍-ଇ-ବରାତ ପାଳନ ହେଉଥିବା ବେଳେ ଏପ୍ରିଲ ୪ ତାରିଖରେ ପାଳନ ହେବ ଇଷ୍ଟର ।
Comments are closed.