Latest Odisha News

BREAKING NEWS

ହୋଲି ଖେଳିବା ପୂର୍ବରୁ ଏବଂ ପରେ କେମିତି ନେବେ ଆପଣଙ୍କ କେଶ ଏବଂ ଚର୍ମର ଯତ୍ନ

ରଙ୍ଗର ପର୍ବ ହୋଲି । ପିଲାଠୁ ବଡ ସମସ୍ତେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା ହୋଲି ପାଇଁ କିଛିଟା ଟିପ୍ସ୍ ।

ହୋଲି ପୂର୍ବ ସ୍କିନ କେୟାର ଟିପ୍ସ
ହୁଏତ ଏହି ଟିପ୍ସ ଆପଣଙ୍କୁ କିଛି ଆବଶ୍ୟକ ନୁହେଁ ବୋଲି ଲାଗୁଥାଇପାରେ । ତଥାପି ନିଜ ସ୍କିନ୍‌କୁ ରସାୟନିକ ମିଶ୍ରିତ ରଙ୍ଗର ପ୍ରଭାବରୁ ଦୂରେଇ ରଖିବା ପାଇଁ କିଛି ସତର୍କତା ଅବଲମ୍ବନ କରନ୍ତୁ । ପ୍ରଥମେ ନିଜ ସ୍କିନ୍‌ର ପ୍ରକାରକୁ ଜାଣି ତେଲ ବା ସନ୍‌ସ୍କ୍ରିନ୍ ଲୋସନ୍ ପ୍ରୟୋଗ କରନ୍ତୁ ।

୧- ସମ୍ପୁର୍ଣ୍ଣ ଶରୀରରେ ତେଲ ଭଲ ଭାବେ ଲଗାନ୍ତୁ ଏହା ଆପଣଙ୍କୁ ଶରୀରର ଏକ ସୁରକ୍ଷାସ୍ତର ଭାବେ କାର୍ଯ୍ୟ କରିବ ।
୨- ନଖର ସୁରକ୍ଷା ନିମନ୍ତେ ନେଲ ପଲିସ୍‌ର ବ୍ୟବହାର କରନ୍ତୁ ।
୩- ସନ୍‌ସ୍କ୍ରିନ ଲୋସନ୍ ଲଗାଇବାକୁ ଜମାରୁ ଭୁଲନ୍ତୁ ନାହିଁ, ଏହା ଉଭୟ ଖରା ଏବଂ ରସାୟନିକ ରଙ୍ଗରୁ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ।

ହୋଲି ଖେଳିବା ପୂର୍ବରୁ କେଶ ଯତ୍ନ
୧. ଚୁଟିରେ ଭଲ ଭାବେ ତେଲ ଲଗାନ୍ତୁ ଯାହା ଫଳରେ ହୋଲି ରଙ୍ଗ ଅତି ସହଜରେ ବାହାରିଯିବ ।
୨. ହୋଲି ଖେଳିବା ସମୟରେ ଯଥା ସମ୍ଭବ ଚୁଟି ବାନ୍ଧି ରଙ୍ଗ ଖେଳନ୍ତୁ ।
୩. ହୋଲି ଖେଳିବା ପୂର୍ବରୁ ହେୟାର ମାସ୍କ ବ୍ୟବହାର କରିପାରିବେ ।

ହୋଲି ପରର ସ୍କିନ କେୟାର
ଦେହରେ ଅଧିକ ହୋଲି ରଙ୍ଗ ଲାଗିଯିବ ବୋଲି ଡରୁଛନ୍ତି କି ? ଆପଣାନ୍ତୁ ଏହି ସବୁ ଟିପ୍ସ –

୧. କ୍ଲିନଜର୍ ବ୍ୟବହାର କରିବା ପରେ ସ୍କ୍ରବର ବ୍ୟବହାର କରନ୍ତୁ ଦେଖିବେ କେତେ ସହଜରେ ରଙ୍ଗ ଦେହରୁ ଛାଡିଯିବ ।
୨. ରଙ୍ଗ ଲାଗିଥିବା ସ୍ଥାନକୁ ଜୋର୍‌ରେ ଘଷନ୍ତୁ ନାହିଁ, ଆପଣ ଚାହିଁଲେ ଏହି ରଙ୍ଗକୁ ହାଲକା ଭାବେ ବା ତେଲର ସାହାଯ୍ୟରେ ବାହାର କରିପାରିବେ ।

ହୋଲି ଖେଳିବା ପରେ କିପରି ନେବେ କେଶର ଯତ୍ନ
୧. ନିଜ କେଶକୁ ଧ୍ୟାନରେ ରଖି ଭଲ ସାମ୍ପୁ ବ୍ୟବହାର କରି ରଙ୍ଗ ବ୍ୟବହାର କରିପାରିବେ ଏବଂ ସାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ।
୨. ମହୁ, ଲେମ୍ବୁରସ, ଅଲିଭ ତେଲ ବ୍ୟବହାର କରି ଏକ ପ୍ୟାକ ପ୍ରସ୍ତୁତ କରି ଏହାକୁ କେଶରେ ପ୍ରୟୋଗ କରିପାରିବେ ।
୩. ସେରମ୍ ବ୍ୟବହାର ନିହାତି କରନ୍ତୁ ।

Leave A Reply

Your email address will not be published.