Latest Odisha News

BREAKING NEWS

କ୍ଲିନ ସୁଇପ ପାଇଁ ଟିମ ଇଣ୍ଡିଆକୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ ସୁଇପ ପାଇଁ ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ୫୮ ରନର ଆବଶ୍ୟକ ରହିଛି । ୧୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୬୩ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ ୮ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୨୫ ଓ ସାଈ ସୁଦର୍ଶନ ୩୦ ରନ କରି ଅପରାଜିତ ରହିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନ କରି ଅଲଆଉଟ ହୋଇଥିଲା ।

ଫଲୋଅନ ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୩୯୦ ରନ କରିଥିଲା । ଜନ କ୍ୟାମ୍ପବେଲ ୧୧୫ ଓ ସାଈ ହୋପ ୧୦୩ ରନ କରିଥିଲେ । ଉଭୟ ତୃତୀୟ ୱିକେଟରେ ୧୭୭ ରନ ସଂଗ୍ରହ କରିଥିଲେ । ଜଷ୍ଟିନ ଗ୍ରୀଭସ(୫୦) ଓ ଜାୟଡେନ ସୀଲ୍ସ (୩୨) ୧୦ମ ୱିକେଟରେ ୭୯ ରନ କରି ଦଳର ସମ୍ମାନରେ ରଖିଥିଲା । ଯଶପ୍ରୀତ ବୁମରାହ ଓ କୂଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed.