Latest Odisha News

BREAKING NEWS

ଆଫଗାନିସ୍ତାନ ଏକୁ ହରାଇ ଭାରତ ଏ ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜ ଫାଇନାଲରେ

ଦାମ୍ବୁଲା: ଭାରତ ଏ ବୁଧବାର ଆଫଗାନିସ୍ତାନ ଏକୁ ୧୦୧ ରନ ବ୍ୟବଧାନରେ ପରାସ୍ତ କରି ଚଳିତ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୩୧୯ ରନ କରିଥିଲା । ପ୍ରିୟାଂଶ ଆର୍ଯ୍ୟ(୫୮), କୁମାର କୂଶାଗ୍ର(୫୮) ଓ ତିଳକ ବର୍ମା (୫୯) ଅର୍ଦ୍ଧଶତକ ହାସଲ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୮ ବଲରେ ୩୮ ରନ କରିଥିଲେ । ଏହି ସିରିଜରେ ବୈଭବଙ୍କ ପ୍ରଦର୍ଶଦ ଏ ପର୍ଯ୍ୟନ୍ତ ଉତ୍ସାହଜନକ ରହି ନାହିଁ । ଫାଇନାଲରେ ତାଙ୍କଠାରୁ ଏକ ଭଲ ଇନିଂସ ଆଶା କରାଯାଉଛି ।

ଜବାବରେ ଆଫଗାନିସ୍ତାନ ଟିମ ଏହି ଲକ୍ଷ୍ୟକୁ ପିଛା କରି ୩୬.୫ ଓଭରରେ ୨୧୮ ରନ କରି ଅଲଆଉଟ ହୋଇ ଯାଇଥିଲା । ନିଶାନ୍ତ ସିନ୍ଧୁ ଭାରତ ପକ୍ଷରୁ ସର୍ବାଧିକ ୪ଟି ଏବଂ ୟଶ ଠାକୁର ୨ଟି ୱିକେଟ ଅକ୍ତିଆର କରିଥିଲେ । ବହୀର ଶାହା ସର୍ବାଧିକ ୫୭ ରନ କରିଥିଲେ । ଜୁନ ୧୯ରେ ଶ୍ରୀଲଙ୍କା ଏ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ପରେ ଫାଇନାଲରେ ଭାରତ ଏ କାହାକୁ ଭେଟିବ ତାହା ସ୍ଥିର ହେବ ।

Leave A Reply

Your email address will not be published.