Latest Odisha News

BREAKING NEWS

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଦିନିକିଆରେ ବିରାଟ ବାହିନୀ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଛି ।

ଟସ ଜିିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତ ସମ୍ମୁଖରେ ୨୩୭ ରନର ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା ।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନରେ କଙ୍ଗାରୁ ଦଳ ବୋଲର୍ ଛତ୍ରଭଙ୍ଗ ଦେଇଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ କେଦାର ଯାଦବ ୮୭ଟି ବଲରେ ମୂଲ୍ୟବାନ ୮୧ ରନ (୧ଛକା ଓ ୯ଚୌକା) କରିଥିଲେ । ସେହିପରି ଦଳର ବରିଷ୍ଠ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ୫୯ ରନ କରିବା ସହିତ ବିଜୟ ସୂଚକ ଛକା ମାରି ଦଳକୁ ଜିତାଇଥିଲେ । କପ୍ତାନ ବିରାଟ କୋହଲୀ ଏକ ଅଧିନାୟକ ଇନିଂସ ଖେଳିବା ସହିତ ୪୫ଟି ବଲରେ ଦ୍ରୁତ ୪୪ ରନ ସ୍କୋର କରିଥିଲେ । ଓପନର୍ ରୋହିତ ଶର୍ମା ୩୭ ରନ୍ ଏବଂ ଅମ୍ବାତି ରାୟଡୁ ୧୩ ରନ କରିପାରିଥିଲେ । ଭାରତ ଶେଷରେ ୪୮.୨ ଓଭର ଖେଳି ମାତ୍ର ୪ଟି ୱିକେଟ ବିନିମୟରେ ୨୪୦ ରନ ହାସଲ କରିପାରି ମ୍ୟାଚ୍ ହାତେଇ ନେଇଛି ।

ଅଷ୍ଟ୍ରେଲିଆ ଓପନର ଖ୍ୱାଜା ୫୦ ରନ, ମାକ୍ସୱେଲ୍ ୪୦ ରନ ଏବଂ ଷ୍ଟୋନିସ ୩୭ ରନ ସ୍କୋର କରିପାରିଥିଲେ ।

ଭାରତୀୟ ବୋଲରମାନେ ଆଜିର ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚରେ ସୁନ୍ଦର ବୋଲିଂ ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ମାତ୍ର ୨୩୬ ରନରେ ଅଟକାଇ ପାରିଥିଲେ । ଦଳ ପକ୍ଷରୁ ମହମ୍ମଦ ସାମି, ବୁମରା ଏବଂ କୁଲଦୀପ ଯାଦବ ୨ଟି କରି ୱିକେଟ ଅକ୍ତିଆର କରିଥିବା ବେଳେ କେଦାର ଯାଦବ ଗୋଟିଏ ୱିକେଟ ହାସଲ କରିପାରିଛନ୍ତି ।

କେଦାର ଯାଦବଙ୍କ ଅଲରାଉଣ୍ଡିଂ ସାଫଲ୍ୟ ଯୋଗୁଁ ତାଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

ଆସନ୍ତା ୫ ତାରିଖରେ ନାଗପୁର ଠାରେ ୨ୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ ।

ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲୀ (ଅଧିନାୟକ), ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂ ଧୋନୀ (ୱିକେଟ ରକ୍ଷକ), କେଦାର ଯାଦବ, ବିଜୟ ଶଙ୍କର, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରା ।

Leave A Reply

Your email address will not be published.