Latest Odisha News

BREAKING NEWS

ନୂତନ କୀର୍ତିମାନ ସ୍ଥାପନ କଲେ ଆଫଗାନିସ୍ତାନ ସ୍ପିନର ରଶିଦ

କାବୁଲ: ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ରବିବାର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୧ତମ ଶତାବ୍ଦୀରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ ୯୯.୨ ଓଭର ବୋଲିଂ କରିଛନ୍ତି । ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସେ ଏହି କୀର୍ତିମାନ କରିଛନ୍ତି । ଏହା ପୂର୍ବରୁ ୧୯୯୮ରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ଇଂଲଣ୍ଡ ବିପକ୍ଷରେ ୧୧୩.୫ ଓଭର ବୋଲିଂ କରିଥିଲେ ।

ତେବେ ଗୋଟିଏ ଟେଷ୍ଟରେ ସର୍ବାଧିକ ବୋଲିଂ କରିବା ରେକର୍ଡ ଏବେ ବି ଇଂଲଣ୍ଡର ବବି ପଲଙ୍କ ନାମରେ ରହିଛି । ସେ ୧୯୮୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୬.୧ ଓଭର ବୋଲିଂ କରିଥିଲେ । ରଶିଦ ମ୍ୟାଚରେ ୧୧ ଉଇକେଟ ହାସଲ କରି ଦଳକୁ ବିଜୟୀ କରାଇଥିଲେ । ଏହି ସିରିଜରେ ହସମତୁଲ୍ଲା ଶାହୀଦ ପ୍ରଥମ ଆଫଗାନିସ୍ତାନ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିଲେ ।

Leave A Reply

Your email address will not be published.