Latest Odisha News

BREAKING NEWS

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଭାରତ ୨ୟ ଇନିଂସରେ ମାତ୍ର ୧୯୧ ରନ କରି ଅଲଆଉଟ ହୋଇଯିବା ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ପାଳିରେ କୌଣସି ୱିକେଟ ନ ହରାଇ ସହଜରେ ବିଜୟ ସୂଚକ ୯ ରନ ହାସଲ କରିପାରିଥିଲା ।

ଭାରତୀୟ ଇନିଂସ କିୱିଦଳର ତୀକ୍ଷଣ ବୋଲିଂକୁ ସାମ୍ନା କରିନପାରି ସହଳ ୱିକେଟ ହରାଇଥିଲା । ଟିମ୍ ସାଉଦୀ ୫ଟି, ବାଉଟ୍ ୪ଟି ଭାରତୀୟ ୱିକେଟ ଅକ୍ତିଆର କରିଥିଲେ ।

ଭାରତର ବ୍ୟାଟିଂ ମେରୁଦଣ୍ଡ ତାସଘର ପରି ଭାଙ୍ଗି ପଡ଼ିଥିବା ବେଳେ କେବଳ ମାୟଙ୍କ ଅଗ୍ରୱାଲ୍ ୫୮ ରନର ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ ।

କପ୍ତାନ ବିରାଟ କୋହଲୀଙ୍କ ଲଗାତର ବ୍ୟାଟିଂ ଅସଫଳତା ଦେଖିବାକୁ ମିଳିଛି । ଭାରତ ୨ୟ ଟେଷ୍ଟରେ ବିଜୟ ହାସଲ କରି ଶୃଙ୍ଖଳା ବରାବର କରିବାକୁ ଉଦ୍ୟମ କରିବ ।

ଏହି ଟେଷ୍ଟରେ ଟିମ୍ ସାଉଦୀ ପ୍ଲେୟାର୍ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

 

Leave A Reply

Your email address will not be published.