Latest Odisha News

BREAKING NEWS

ସରିଲା ଫୁଲ ଡ୍ରେସ୍ ରିର୍ହସାଲ: ଅପେକ୍ଷା ସାଧାରଣତନ୍ତ୍ର ଦିବସକୁ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିର୍ହସାଲ ହୋଇଛି । ପ୍ରଥମଥର ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ (ଏସ୍‌ଓଜି) ଏହି ପରେଡରେ ଯୋଗ ଦେଇଛି । ଏସ୍‌ଓଜି ସମେତ ପ୍ରାୟ ୫୦ଟି କଂଟିଜେଂଟ ଗ୍ରୁପ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ଯୋଗଦେବେ ।

ସାଧାରଣତନ୍ତ୍ର ଦିବସ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗକୁ ପୁରାପୁରି ସିଲ୍ କରାଯିବାକୁ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଭୁବେନଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ପରେଡର କମାଣ୍ଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆଜିର ଏହି ଫିଲ୍ ଡ୍ରେସ୍ ରିର୍ହସାଲ୍‌ରେ ପୋଲିସ ଡିଜି ଅଭୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଛନ୍ତି ।

ଚଳିତ ବର୍ଷ ଦିଲ୍ଲୀ ଢ଼ାଂଚାରେ ହେବ ଫାଇଲ ମାର୍ଚ ପରେଡ୍ । ୫୦ ପ୍ଲାଟୁନ ଟ୍ରୁପ, ୬ଟି ସାଂସ୍କୃତିକ ଦଳ, ୩ଟି ଯାନ ଓ ୨ଟି ଡେୟାର ଡେଭିଲ ଦଳ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ । ଏହି ପରେଡ୍‌ରେ ଆଦିବାସୀ ନୃତ୍ୟର ଝଲ୍‌କ ଦେଖିବେ ରାଜ୍ୟବାସୀ । ଏଥିସହ ଗଂଜାମର ଯୋଡି ଶଂଙ୍ଖର ନୃତ୍ୟ ଦଳ ମଧ୍ୟ ଏଥିରେ ସାମିଲ ହେବ । ଦେଶାତ୍ମବୋଧକ ଗୀତରେ କୁନିକୁନି ଛାତ୍ରଛାତ୍ରୀ ସ୍କେଟିଂ କରିବେ ।

Leave A Reply

Your email address will not be published.