Latest Odisha News

BREAKING NEWS

ପ୍ରଥମ ଟି-୨୦ରେ ଭାରତ ୮୦ ରନରେ ପରାସ୍ତ

ୱେଲିଂଟନ: ଟି-୨୦ ଶୃଙ୍ଖଳାର ୧ମ ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି । କିୱି ଦଳର ୨୧୯ ରନର ଜବାବରେ ଭାରତ ୧୯.୨ ଓଭର ଖେଳି ମାତ୍ର ୧୩୯ ରନ କରିପାରିଛି । ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ ରେ ଅଗ୍ରଣୀ ଲାଭ କରିଛି ।

ଭାରତୀୟ ଦଳ ୨୨୦ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀ ସର୍ବାଧିକ ୩୯ ରନ, ଶିଖର ଧାୱନ ୨୯ ରନ ଏବଂ ବିଜୟ ଶଙ୍କର ୨୭ ରନ କରିବା ବ୍ୟତୀତ କ୍ରୁନାଲ ପାଣ୍ଡ୍ୟା ୨୦ ରନ କରିପାରିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୩ଟି ୱିକେଟ ହାସଲ କରିଥିବା ବେଳେ ଫର୍ଗୁସନ, ସାଣ୍ଟନର ଏବଂ ଈଶ୍ ସୋଢି ୨ଟି କରି ୱିକେଟ ହାସଲ କରିଛନ୍ତି ।

କିୱି ଓପନିଂ ବ୍ୟାଟ୍ସମ୍ୟାନ ଟିମ୍ ସିଫର୍ଟ ଆକର୍ଷୀୟ ୮୪ ରନ କରିଥିବା ଯୋଗୁଁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

ଫେବୃଆରୀ ୮ ତାରିଖ ଦିନ ଅକଲାଣ୍ଡଠାରେ ୨ୟ ତଥା ୧୦ ତାରିଖରେ ହାମିଲଟନଠାରେ ୩ୟ ତଥା ଚୂଡ଼ାନ୍ତ ଟି-୨୦ ଅନୁଷ୍ଠିତ ହେବ ।

ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କେଦାର ଯାଦବ, ଶୁବମନ ଗିଲ୍, ଋଷଭ ପନ୍ଥ, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ।

ନ୍ୟୁଜିଲାଣ୍ଡ ଟି-୨୦ ଦଳ: କେନ୍ ୱିଲିୟମସ (ଅଧିନାୟକ), ଟିମ୍ ସିଫର୍ଟ, ରସ୍ ଟେଲର, ଜେମ୍ସ ନିସାମ, କଲିନ୍ ମୁନରୋ, ମିଚେଲ୍ ସାଣ୍ଡନର, ସ୍କଟ କୁଗେଲିନ, ଡ଼ଗ୍ ବ୍ରାସୱେଲ, ଲୋକି ଫର୍ଗୁସନ, ଟିମ୍ ସାଉଦି, ଈଶ୍ ସୋଢି ।

Leave A Reply

Your email address will not be published.