Latest Odisha News

BREAKING NEWS

ଅନୁଗୁଳରେ ଚାଷ ଜମିରୁ ମିଳିଲା ମୃତଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପରା ଥାନା ଅନ୍ତର୍ଗତ କୁଶକିଲା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଜଣକ କୁଶକିଲା ଗ୍ରାମର ନାମ ବୁଧୁ ନାୟକ (୪୩) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ନିକଟସ୍ଥ କ୍ଷେତରେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତି ସମୟରେ ଏସମ୍ପର୍କରେ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ପୋଲିସ ସ୍ଥାନୀୟ ବାସିନ୍ଦା ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ଜଣାପଡିଛି ।

ଏତଦବ୍ୟତୀତ ନାୟକଙ୍କ ପରିବାର ବର୍ଗ ଜରପରା ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଦାଏର କରିଛନ୍ତି । ଏଥିସହିତ ମୃତ ନାୟକଙ୍କ ବେକରେ ଆଘାତ ଜନିତ ଚିହ୍ନ ରହିଥିବା ନେଇ ତାଙ୍କ ପରିବାର ବର୍ଗ ପ୍ରକାଶ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଗତ ମଙ୍ଗଳବାର ଦିନ ନାୟକ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ତେବେ ଏଯାବତ୍ ତାଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ଜଣାପଡିଛି ।

Leave A Reply

Your email address will not be published.