Latest Odisha News

BREAKING NEWS

ହାତରେ ରିମୋଟ୍ ରଖନ୍ତୁ, କଂଗ୍ରେସକୁ ଭୋଟ୍ ଦିଅନ୍ତୁ: ରାହୁଲ ଗାନ୍ଧୀ

ଭବାନୀପାଟଣା : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆୟୋଜିତ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି ।

ସେ ନବୀନଙ୍କୁ ମୋଦି ସରକାରର ରିମୋଟ କଣ୍ଟ୍ରୋଲ କହିବା ସହ ରାଜ୍ୟ ସରକାର ଗରିବଙ୍କ ବଦଳରେ ବଡ ଉଦ୍ୟୋଗପତିଙ୍କ ସ୍ୱାର୍ଥ ସାଧନାରେ ଉପଯୋଗ ହେଉଛି ବୋଲି ଅଭିଯୋଗ କରିଛନ୍ତି । ରାହୁଲ ଏହି ର‌୍ୟାଲିରେ ଓଡ଼ିଶା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ କହିଲେ , ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷକମାନଙ୍କ ପାଇଁ ଧାନ କ୍ୱିଣ୍ଟାଲ ୨୬ଶହ ଟଙ୍କା ହେବ।

ଉଭୟ ମୋଦି ଓ ନବୀନ ଏକାଠି ସଲାସୁତୁରା ହୋଇଛନ୍ତି, ତେଣୁ “ଚୌକିଦାର ଚୋର ହେ, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ୍ ହେ” ବୋଲି ବ୍ୟଙ୍ଗାତ୍ମକ ଭାବେ ରାହୁଲ କହିଥିଲେ । ମୋଦି ଯାହା କୁହନ୍ତି, ନବୀନ ତାଙ୍କ ନିର୍ଦ୍ଦେଶରେ କାମ କରନ୍ତି । ସେ ଆହୁରି ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ କହିଛନ୍ତି, ନିଜ ହାତରେ ରିମୋଟ୍ କଣ୍ଟ୍ରୋଲ୍ ନିଅନ୍ତୁ ଓ କଂଗ୍ରେସକୁ ଭୋଟ୍ ଦିଅନ୍ତୁ” ।

ନବୀନ ପଟ୍ଟନାୟକ ଆପଣଙ୍କୁ ଭ୍ରଷ୍ଟାଚାର ଓ ଚିଟଫଣ୍ଡ ସ୍କାମ ଦେଇଥିବା ବେଳେ ମୋଦି ସରକାର ଆପଣଙ୍କୁ ବିମୁଦ୍ରିକରଣ ନାମରେ ଟଙ୍କା ପଇସା ଲୁଟିବା ସହ ରାଫେଲ ଘୋଟାଲା ଦେଇଛନ୍ତି ବୋଲି ରାହୁଲ ଏହି ସମାବେଶରେ ଅଭିଯୋଗ କରି କହିଛନ୍ତି ।

ଏହି ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓଡିଶାର ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.