କଲମ୍ବୋ: ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି । ଆସନ୍ତୁ ଜାଣିବା ଏହି ରେକର୍ଡ ସମ୍ପର୍କରେ..
୧.ଶ୍ରୀଲଙ୍କା ବିପକ୍ଷରେ ଭାରତ ସର୍ବାଧିକ ୯୨ ମ୍ୟାଚ ଜିତି ପାକିସ୍ତାନ ରେକର୍ଡ ସହ ସମକକ୍ଷ ହୋଇଛି ।
୨.ଆନ୍ତର୍ଜାତୀୟ କ୍ରିକେଟରେ ଶିଖର ଧାୱନଙ୍କ ୧୦୦୦୦ ରନ ପୂର୍ଣ୍ଣ । ୧୪ତମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।
୩.ଦିନିକିଆ କ୍ରିକେଟରେ ଦ୍ରୁତ ୬୦୦୦ ରନ (୧୪୦ ଇନିଂସରେ) ସଂଗ୍ରହରେ ଧାୱନ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି । ହାସିମ ଆମଲା (୧୨୩ ଇନିଂସ) ପ୍ରଥମ ସ୍ଥାନରେ ରହିଛନ୍ତି ।
୪. ୧୦ମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ୟାରିୟରରେ ୫୦ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର (୧୪୫),ବିରାଟ କୋହଲି (୧୦୫) ଓ ସୌରଭ ଗାଙ୍ଗୁଲି (୯୩) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
୫. ଶ୍ରୀଲଙ୍କା ବିପକ୍ଷରେ ଦ୍ରୁତ ୧୦୦୦ ରନ(୧୭ ଇନିଂସ) ସଂଗ୍ରହରେ ଧାୱନ ଦକ୍ଷିଣ ଆଫ୍ରିକାର ହାସିମ ଆମଲା(୧୮ ଇନିଂସ)ଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୬. ଅଧିନାୟକ ଭାବେ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ୫ମ ଖେଳାଳି ହେଲେ ଧାୱନ ।
୭. ଇଶାନ କିଶାନ ଟି୨୦ ପରେ ଦିନିକିଆ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
୮.ଶ୍ରୀଲଙ୍କା ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା କ୍ରମାଗତ ୯ମ ବିଜୟ ।
୯. ୮ ବର୍ଷ ପରେ ଭାରତ ପାୱାର ପ୍ଲେରେ ସର୍ବାଧିକ ୯୧/୧ ରନ ସଂଗ୍ରହ କରିଛି ।
୧୦.ବ୍ୟକ୍ତିଗତ ଅର୍ଦ୍ଧଶତକ ବିନା ଶ୍ରୀଲଙ୍କାର ଏହା ଥିଲା ସର୍ବାଧିକ ଦଳଗତ ସ୍କୋର(୨୬୨/୯) ।
BREAKING NEWS
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
Comments are closed.