Latest Odisha News

ଭାରତ-ଶ୍ରୀଲଙ୍କା ଟି-୨୦: ୧୪୩ ରନର ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇନ୍ଦୋର: ଇନ୍ଦୋରଠାରେ ଚାଲିଥିବା ୨ୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଦଳ ଭାରତକୁ ଦେଇଛି ୧୪୩ ରନର ବିଜୟ ଲକ୍ଷ୍ୟ ।

ଟସରେ ଜିତି ଭାରତ ଶ୍ରୀଲଙ୍କା ଦଳକୁ ବ୍ୟାଟିଂ କରିବାକୁ ଆହ୍ୱାନ କରିଥିବା ବେଳେ ୯ ୱିକେଟ ହରାଇ ସିଂହଳୀ ଦଳ କରିଥିଲା ମାତ୍ର ୧୪୨ ରନ । ଦଳ ପକ୍ଷରୁ ୱିକେଟ ରକ୍ଷକ ପେରେରା କରିଥିଲେ ୩୪ ରନ । ଫର୍ଣ୍ଣାଣ୍ଡୋ ୨୨, ଓପନର୍ ଗୁଣତିଳକ ୨୦ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେପରି ଭଲ ପ୍ରଦର୍ଶନ କରିପାରିନାହାନ୍ତି ।

ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୩ଟି, କୁଲଦୀପ ଓ ସାଇନି ୨ଟି ଲେଖାଏଁ ୱିକେଟ ଏବଂ ବୁମରା ଓ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Comments are closed.