Latest Odisha News

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ସାଉଥ ଆଫ୍ରିକାକୁ ହରାଇ ପାରିବେ କି ଯୁବ ଖେଳାଳି ?

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ ମ୍ୟାଚ ୪୦ ଓଭର ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ସାଉଥ ଆଫ୍ରିକା ପକ୍ଷରୁ ୨୨ ରନ କରି ଆଉଟ ହୋଇଥିଲେ ମଲାନ ।  ଅଧିନାୟକ ତେମ୍ବା ବଭୂମା  ୮ ରନ କରି ଆଉଟ ହୋଇଥିଲେ । ମାକରମ୍ ଶୂନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଡି କକ୍ ୪୮ ରନ କରି ଆଉଟ ହୋଇଥିଲେ । ତେବେ ମିଲର ଅପରାଜିତ ୭୫ ରନ କରିଥିବା ବେଳେ କ୍ଲାସେନ ୭୪ ରନ୍ କରି ଅପରାଜିତ ରହିଥିଲେ ।

ଆଜି ଭାରତୀୟ ବୋଲର ମାନେ ସେଭଳି ଉଇକେଟ ନେବାର ସଫଳ ହୋଇପାରିନଥିଲେ । ଶାର୍ଦୁଲ ଦୁଇଟି ଉଇକେଟ ନେଇଥିବା ବେଳେ ବିଶ୍ନୋଇ ଏବଂ କୂଳଦୀପ ଗୋଟିଏ ଲେଖାଏ  ଉଇକେଟ ନେଇଥିଲେ । ମହମ୍ମଦ ସିରାଜ, ଆଭେଶ ଖାନଙ୍କୁ କୈାଣସି ଉଇକେଟ ମିଳିପାରିନଥିଲା ।

Comments are closed.