Latest Odisha News

BREAKING NEWS

ଜାଡ଼େଜା ଓ ସାମିଙ୍କ ସୁନ୍ଦର ବୋଲିଂ ପ୍ରଦର୍ଶନ, ୨୦୩ ରନରେ ଭାରତର ବୃହତ ବିଜୟ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟ ୩୯୫ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡ଼େଜା ସୁନ୍ଦର ବୋଲିଂ ପ୍ରଦର୍ଶନ କରିବା ଫଳରେ ଭାରତ ଏହି ଟେଷ୍ଟରେ ବିପକ୍ଷ ଦଳକୁ ୨୦୩ ରନରେ ପରାସ୍ତ କରିପାରିଛି ।

ଭାରତ ୨ୟ ଇନିଂସରେ ୩୨୩ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ରୋହିତ ଶର୍ମା ପ୍ରଥମ ଇନିଂସରେ ଚମତ୍କାର ଶତକ ହାସଲ କରିଥିବା ବେଳେ ୨ୟ ଇନିଂସରେ ମଧ୍ୟ ୧୨୭ ରନର ସୁନ୍ଦର ଶତକ ଅର୍ଜନ କରିଥିଲେ । ରୋହିତ ୭ଟି ଛକାର ବର୍ଷା କରି ଏହି ଶତକ ହାସଲ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା ୮୧ରନ, ରବୀନ୍ଦ୍ର ଜାଡ଼େଜା ୪୦ ରନ ଏବଂ ବିରାଟ କୋହଲୀ ୩୧ ରନ ସଂଗ୍ରହ କରିଥିଲେ । ଅଜିଙ୍କ୍ୟ ରାହାଣେ ୨୭ ରନ ସ୍କୋର କରିଥିଲେ ।

ଭାରତୀୟ ବୋଲରଙ୍କ ତୀକ୍ଷଣ ବୋଲିଂ ପ୍ରଦର୍ଶନରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ମାରକ୍ରାମ ୩୯, ମୁଥୁସାମୀ ୪୯ ରନ ଏବଂ ପ୍ଲେଡ଼ଟ ୫୬ ରନ କରିଥିଲେ ।

ଟିମ୍ ଇଣ୍ଡିଆ ପକ୍ଷରୁ ମହମ୍ମଦ ସାମି ୫ଟି ୱିକେଟ ଏବଂ ରବୀନ୍ଦ୍ର ଜାଡ଼େଜା ୪ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଭାରତକୁ ସହଳ ବିଜୟ ସହିତ ଏକ ବୃହତ ବିଜୟ ପ୍ରଦାନ କରିଛନ୍ତି ଏହି ଦୁଇ ଭାରତୀୟ ସଫଳ ବୋଲର୍ ସାମି ଏବଂ ଜାଡ଼େଜା ।

ବିଶାଖାପାଟଣା ଟେଷ୍ଟର ଉଭୟ ଇନିଂସରେ ଦୁଇଟି ଶତକ ହାସଲ କରିଥିବା ଯୋଗୁଁ ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମାଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ ଘୋଷିତ କରାଯାଇଛି ।

Leave A Reply

Your email address will not be published.