Latest Odisha News

BREAKING NEWS

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି

ଜୟପୁର: ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ରବିବାର ଦିନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ।

ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଏହି ନିଯୁକ୍ତି ପୂର୍ବରୁ ସେ ବମ୍ବେ ହାଇକୋର୍ଟର ଜଜ୍ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ସେ ରାଜସ୍ଥାନ ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

୧୯୬୦ ମସିହା ନଭେମ୍ବର ୧୧ ତାରିଖରେ କଟକରେ ଜନ୍ମିତ ଶ୍ରୀ ମହାନ୍ତି ଦାର୍ଜଲିଂର ମାଉଣ୍ଟ ହରମନ ସ୍କୁଲରୁ ନିଜ ସ୍କୁଲିଂ କରିଥିଲେ । ପରେ ରେନସା କଲେଜ ଏବଂ କଟକରୁ ବି.କମ୍ କରିଥିଲେ ।

ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଓ ଯୁକେର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଏଲଏଲଏମ୍ କରିଛନ୍ତି ।

ଜଷ୍ଟିସ୍ ମହାନ୍ତି ୧୯୯୮ରୁ ୨୦୦୩ ମସିହା ଯାଏଁ ବାର କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଏବଂ ୨୦୦୩ରେ ଏହାର ମ୍ୟାନେଜିଂ ଟ୍ରଷ୍ଟି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.