ନୂଆଦିଲ୍ଲୀ:ମହିଳା ଦିନିକିଆ ବିଶ୍ବକପ୍ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭ ଓଭରରେ ୨୬୯ ରନ କରିଥିଲା, ଶ୍ରୀଲଙ୍କା ଦଳ ୪୫.୪ ଓଭରରେ କେବଳ ୨୧୧ ରନ କରିପାରିଥିଲା।
ସୂଚନାଥାଉକି, ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ୫୦ ଓଭର କମ୍ କରାଯାଇଥିଲା ।
ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଏହି ବିଶ୍ବକପ୍ର କିଛି ମ୍ୟାଚ୍ ହାଇବ୍ରିଡ୍ ମଡେଲ୍ରେ ଶ୍ରୀଲଙ୍କାରେ ଖେଳାଯିବ । ଟିମ୍ ଇଣ୍ଡିଆ ଏବେ ଅକ୍ଟୋବର ୫ ତାରିଖରେ କଲମ୍ବୋରେ ପାକିସ୍ତାନକୁ ଭେଟିବ।
ଭାରତର ବିଜୟରେ ଅମନଜୋତ କୌର ଏବଂ ଦୀପ୍ତି ଶର୍ମା ସବୁଠାରୁ ବଡ଼ ଅବଦାନ ରଖିଥିଲେ। ଦୀପ୍ତି ଶର୍ମା ୫୩ ବଲ୍ ରୁ ୫୩ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଥିଲା। ଅମନଜୋତ କୌର ୫୬ ବଲ୍ ରୁ ୫ଟି ଚୌକା ଏବଂ ଗୋଟିଏ ଛକା ମାରି ୫୭ ରନ୍ କରିଥିଲେ।
ତା’ପରେ ଭାରତ ବୋଲିଂ ପାଳିରେ , ଦୀପ୍ତି ଏବଂ ଅମନଜୋତ ଏଠାରେ ମଧ୍ୟ ସେମାନଙ୍କର ଦକ୍ଷତା ପ୍ରମାଣିତ କଲେ। ଦୀପ୍ତି ଶର୍ମା ତିନୋଟି ୱିକେଟ୍ ନେଇଥିବା ବେଳେ, ଅମନଜୋତ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ଏଥିସହ ସ୍ନେହ ରାଣା ଓ ଶ୍ରୀ ୨ଟି ଲେଖାଏଁ , କ୍ରାନ୍ତି ଓ ପ୍ରତୀକା ରାୱଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
Comments are closed.