Latest Odisha News

BREAKING NEWS

ବାରବାଟି ଦିନିକିଆ ମ୍ୟାଚ୍: ଆଜିଠୁ ଆରମ୍ଭ ହେଲା ଅଫଲାଇନ ଟିକେଟ ବିକ୍ରି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଅଫଲାଇନ ଟିକେଟ ବିକ୍ରି ସୋମବାର ଠାରୁ ଆରମ୍ଭ ହୋଇଛି ।

ଆଗାମୀ ୨ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ୍ ଇତ୍ୟାଦି ଗୁଡିକୁ ଟିକେଟ୍ ବିକ୍ରି କରାଯିବ । ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଫଲାଇନରେ ଟିକେଟ୍ ବିକ୍ରି କରାଯିବ ।

ଆହୁରି ମଧ୍ୟ ଟିକେଟ୍ ବିକ୍ରି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏଯାବତ୍ ଅନଲାଇନରେ ପାଖାପାଖି ୮୧୫୦ ଟିକେଟ୍ ବିକ୍ରି ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ: ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ: ବିସିସିଆଇ ମୁଖ୍ୟ ଭାବେ ବାରବାଟୀ ଷ୍ଟାଡିୟମ୍ ଆସିବେ ଗାଙ୍ଗୁଲି

ନିକଟ ଅତୀତରେ ଅଫଲାଇନ୍ ଟିକେଟ୍ ବିକ୍ରି ସମ୍ପର୍କରେ ଓସିଏର ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, “ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖରେ ଟିକେଟ୍ ଗୁଡିକୁ ଆମେ ଅନୁବନ୍ଧିତ ଏଜେନ୍ସିକୁ ହସ୍ତାନ୍ତର କରିବୁ । ପରବର୍ତ୍ତୀ ସମୟରେ ତଥା ଡିସେମ୍ବର ୧୯ ଓ ୨୦ ତାରିଖରେ ଷ୍ଟାଡିୟମ୍ ପରିସରରେ ପାଖାପାଖି ୧୨ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ” ।

Leave A Reply

Your email address will not be published.