ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ସୁନାଥର ଗ୍ରାମସ୍ଥିତ ନୂଆସାହିରେ ସୋମବାର ଭୋର୍ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପାଖି ୩୦ରୁ ଅଧିକ ଘର ଜଳି ଧୂଳିସାତ ହୋଇପଡିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିଯୋଗୁଁ ୩୦ରୁ ଅଧିକ ବଖରା ଘର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା ।
ଅନ୍ୟପକ୍ଷରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଘଟଣରେ ଘରର ସମସ୍ତ ଆସବାବପତ୍ର ଜଳି ନଷ୍ଟ ହୋଇଥିବା ବେଳେ ଲୋକମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ।
ତେବେ ଏଯାବତ୍ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନଥିବା ବେଳେ କ୍ଷୟକ୍ଷତିର ମଧ୍ୟ ଆକଳନ ହୋଇପାରିନାହିଁ ।
Comments are closed.