Latest Odisha News

BREAKING NEWS

ଅଷ୍ଟ୍ରେଲିଆ ସମ୍ମୁଖରେ ୨୪୧ ରନର ଲକ୍ଷ୍ୟ ରଖିଲା ଭାରତ, ଏବେ ବୋଲର ଭରୋଷା

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ଭାରତ ୨୪୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଯାଇଛି । ଟିମ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୬୬ ଏବଂ ବିରାଟ କୋହଲି ୫୪ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୭ ରନର ଇନିଂସ ଖେଳିଥିଲେ । ଠିକଣା ସମୟରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ବଡ ସ୍କୋର କରିପାରି ନ ଥିଲା । ଭାରତ ତୃତୀୟ ଏବଂ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋଶ ହାଜେଲଉଡ ଓ ପ୍ୟାଟ କମିନ୍ସ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

କୁମିନ୍ସଙ୍କ ନେତୃତ୍ୱ ଏବଂ ଅଷ୍ଟ୍ରେଲିଆ ବୋଲର ଓ ଫିଲ୍ଡରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ରୋହିତ ଆଉଟ ହେବା ପରେ ଭାରତୀୟ ଟିମରେ ଚାପରେ ପଡି ଯାଇଥିଲା । କୋହଲି ଓ ରାହୁଲ ଇନିଂସ ସମ୍ଭାଳି ନେଇଥିଲେ ମଧ୍ୟ ବଡ ସ୍କୋର କରିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ । ଯାହାକି ଭାରତକୁ ଅସୁବିଧାରେ ପକାଇଥିଲେ । ୨୦୦୩ ଫାଇନାଲରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଥିବା ଭାରତ ଏବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ବୋଲରମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଯଦି ରାତିରେ କାକର ପଡେ ତେବେ ଏହା ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

Leave A Reply

Your email address will not be published.