Latest Odisha News

BREAKING NEWS

ଇଣ୍ଡିଆ ଚାଇନା ଟକ୍: ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ ହେବ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଅ‌ାଲୋଚନା ଅନୁଷ୍ଠିତ ହେବ। ଭାରତର ଚୁସୁଲ ସେକ୍ଟରର ଅପର ପାର୍ଶ୍ୱରେ ଥିବା ମୋଲଡୋରେ ଏହି ଆଲୋଚନା ହେବ। କଥାବାର୍ତ୍ତାର ମୁଖ୍ୟ ପ୍ରସଙ୍ଗ ହେଉଛି ପୂର୍ବ ଲଦାଖରେ ଚାଲିଥିବା ସାମରିକ ଉତ୍ତେଜନା। ଏହି ସଂଳାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ପ୍ରତିନିଧୀ ମଧ୍ୟ ସାମିଲ ହେବେ ବୋଲି ଆଶା କରାଯାଉଛି। ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ନବମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବୁଝାମଣାରେ ଉଭୟ ପକ୍ଷ ମଧ୍ୟରେ ଏକ ଲିଖିତ ଚୁକ୍ତି ହୋଇପାରେ ବୋଲି ଆଶା କରାଯାଉଛି।

ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି। ଏହାପୂର୍ବରୁ ୬ ନଭେମ୍ବର ୨୦୨୦ରେ, ବରିଷ୍ଠ କମାଣ୍ଡୋ ବୈଠକର ଅଷ୍ଟମ ପର୍ଯ୍ୟାୟରେ ଉଭୟ ପକ୍ଷ କହିଥିଲେ ଯେ ଏହି ବୈଠକ ସ୍ଥଳଭାଗରେ ସ୍ଥିରତା ଆଣିବାରେ ସାହାଯ୍ୟ କରିଛି। ଏହି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ସମୟରେ ଚୀନ୍‌ର ପିଏଲଏ କହିଛି ଯେ ସେମାନେ ନିଜର ଆଗଧାଡିର ସୈନ୍ୟମାନଙ୍କୁ ସଂଯମତା ତଥା କୌଣସି ଭୁଲ ବୁଝାମଣାରୁ ରକ୍ଷା କରିବେ।

Leave A Reply

Your email address will not be published.