Latest Odisha News

BREAKING NEWS

ବୋଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ 

ବଲାଙ୍ଗିର : ବଲାଙ୍ଗିର ଟିଟିଲାଗଡ଼ ରୋଡ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ସାଇକେଲ ଆରୋହୀଙ୍କୁ ବୋଲେରୋ ଧକ୍କା ଦେଇଛି ।  ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ ।  

କୃଷ୍ଣଚନ୍ଦ୍ର ସାଇକେଲରେ ଯାଉଥିବା ବେଳେ ତାଙ୍କୁ ଏକ ବୋଲେରୋ ଧକ୍କା ଦେଇଥିଲା । କ୍ଷତିପୂରଣ ଦାବିରେ ପରିବାର ଲୋକେ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।  ସଇଁତଳା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।  

Leave A Reply

Your email address will not be published.