ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ରେ ଦିନିକିଆ ଫର୍ମାଟ୍କୁ ଆହୁରି ରୋମାଞ୍ଚକର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇପାରେ । ଆଗାମୀ ୧୨ ରୁ ୧ ୮ ମାସ ମଧ୍ୟରେ ତ୍ରିପାକ୍ଷିକ ସିରିଜ୍ ଆରମ୍ଭ ହୋଇପାରେ ବୋଲି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ସିଇଓ ରିଚାର୍ଡ ଗୋଲ୍ଡ ସଙ୍କେତ ଦେଇଛନ୍ତି । ସମ୍ପ୍ରତି ଭାରତୀୟ ଦିନିକିଆ ଟିମ୍ର ଅଧିନାୟକ ଶୁଭମନ ଗିଲ ତିନୋଟି ଦଳକୁ ନେଇ ସିରିଜ୍ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାପରେ ସିଓସିଇଓଙ୍କ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଦେଇଛି । ଇସିବି ଏବଂ ବିସିସିଆଇ ପରି ବଡ଼ କ୍ରିକେଟ୍ ବୋର୍ଡଗୁଡ଼ିକ ଭବିଷ୍ୟତର କ୍ରିକେଟ୍ କାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ମିଳିମିଶି କାମ କରୁଛନ୍ତି । ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ବଡ଼ ଟ୍ରାଇ-ସିରିଜ୍ ୨୦୧୫ ମସିହାରେ ଖେଳାଯାଇଥିଲା ।
ଏହାପରେ କାଲେଣ୍ଡରରୁ ଏହି ଫର୍ମାଟ୍ ଧୀରେ ଧୀରେ ଗାୟବ ହୋଇଯାଇଥିଲା ଏବଂ ଏହା ବଦଳରେ ଦ୍ୱିପାକ୍ଷିକ ସିରିଜ୍ ଓ ଆଇସିସି ଟୁର୍ନାମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଟ୍ରାଇ-ସିରିଜ୍ର ପ୍ରତ୍ୟେକ ମ୍ୟାଚ୍ରେ ପଏଣ୍ଟ ଟେବୁଲ୍ର ପ୍ରଭାବ ରହୁଥିବାରୁ ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସିରିଜ୍ର ଶେଷ କେବଳ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର ନକରି ଏକ ମହତ୍ତ୍ୱପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ ଦ୍ୱାରା ହୋଇଥାଏ । ଭିନ୍ନ ଭିନ୍ନ ଦେଶ ବିରୋଧରେ ଖେଳିବା ଦ୍ୱାରା ଦଳଗୁଡ଼ିକୁ ସେମାନଙ୍କର ଶ୍ରେଷ୍ଠ ପ୍ଲେଇଂ ୧୧ ଏବଂ ଯୁବ ଖେଳାଳିଙ୍କୁ ପରଖିବାର ଭଲ ସୁଯୋଗ ମିଳିଥାଏ । ଆଇସିସି ଟୁର୍ନାମେଣ୍ଟ ପୂର୍ବରୁ ନିଜର ପ୍ରସ୍ତୁତିକୁ ମଜବୁତ୍ କରିବା ପାଇଁ ଭାରତୀୟ ଦଳ ପାଇଁ ଏହା ଏକ ଶ୍ରେଷ୍ଠ ମଞ୍ଚ ସାବ୍ୟସ୍ତ ହେବ ।
