Latest Odisha News

କେନ୍ଦ୍ରାପଡ଼ା ସୁପାରି କିଲର ଜଟଣୀରୁ ଗିରଫ; ସୁନ୍ଦରପଦାର ସନ୍ତୋଷ ମାର୍ଥା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ହତ୍ୟା କରିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଛନ୍ତି ସୁପାରି କିଲର । କେନ୍ଦ୍ରାପଡ଼ାରୁ ଦୁଇ ଜଣ ସୁପାରି କିଲର ସାଙ୍ଗରେ ୭ ଏମଏମ ବନ୍ଧୁକ ଧରି ବାଇକରେ ଜଟଣୀ ପହଞ୍ଚିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଧରି ପକେଇ ସବୁ ଭଣ୍ଡୁର୍ କରିଦେଲା ।

ମଙ୍ଗଳବାର ବିଳମ୍ବିତ ରାତିରେ ଆଇଆଇଟି ରୋଡରୁ ପୋଲିସ ଏଭଳି ଦୁଇ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଧରିଥିଲା । ପରେ ପଚରାଉଚୁରା କରିବାରୁ ସତ ଓଗାଲିଥିଲେ ଅଭିଯୁକ୍ତ ଦ୍ୱୟ । ସେମାନେ ହେଉଛନ୍ତି- ଦୀପ୍ତିରଞ୍ଜନ ଜେନା (ଦୀପୁ) ଓ ବିକ୍ରମ ବରାଳ (ଧରମା) । ଉଭୟଙ୍କର ଘର କେନ୍ଦ୍ରାପଡ଼ା ।

ସୁପାରି ନେଇ ହତ୍ୟା ପାଇଁ ଆସିଥିବା ଜଣାପଡ଼ିବା ପରେ ଅଧିକ ତଦନ୍ତରୁ ମାଷ୍ଟରମାଇଣ୍ଡ ଧରାପଡ଼ିଥିଲା । ଅଭିଯୁକ୍ତ ଦ୍ୱୟଙ୍କ ଫୋନରୁ ମେସେଜ ପାଇ ମାଷ୍ଟରମାଇଣ୍ଡକୁ ଟ୍ରାକ୍ କରିଥିଲା ପୋଲିସ୍ । ସୁନ୍ଦରପଦାର ସନ୍ତୋଷ ମାର୍ଥା ନାମକ ବ୍ୟବସାୟୀ ଏହି ଦୁଇ ଜଣଙ୍କୁ ୮୦ ହଜାର ଟଙ୍କା ଦେଇ ହତ୍ୟା ପାଇଁ ଡାକିଥିଲା ।

ବ୍ୟବସାୟିକ କାରଣରୁ ଜଣଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ସନ୍ତୋଷ । ସୁପାରି ନେଇଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୫ ରାଉଣ୍ଡ ଗୁଳି ଏବଂ ମୋବାଇଲ ଜବତ କରିଛି ।

Leave A Reply

Your email address will not be published.