Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ୧୪ ଜାନୁୟାରୀରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ୟଶ ଢ଼ୁଲଙ୍କୁ ଅଧିନାୟକ ଏବଂ ଏସକେ ରଶୀଦଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ୪ଥର ବିଶ୍ୱ ଚାମ୍ପିୟନ ଓ ୩ ଥର ରନର୍ସଅପ ହୋଇଥିବା ଭାରତ ଗ୍ରୁପ ବି’ରେ ଜାନୁୟାରୀ ୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ଆୟର୍ଲାଣ୍ଡ ଓ ୟୁଗାଣ୍ଡାକୁ ଯଥାକ୍ରମେ ୧୯ ଓ ୨୨ ଜାନୁୟାରୀରେ ଭେଟିବ । ବିଶ୍ୱକପର ୧୪ତମ ସଂସ୍କରଣରେ ୧୬ଟି ଟିମ ଅଂଶଗ୍ରହଣ କରିବେ ।
ଗ୍ରୁପ ଏ: ବାଂଲାଦେଶ, ଇଂଲଣ୍ଡ, କାନାଡା, ୟୁଏଇ । ଗ୍ରୁପ ବି’: ଭାରତ, ଆୟର୍ଲାଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଗାଣ୍ଡା । ଗ୍ରୁପ ସି’: ଆଫଗାନିସ୍ତାନ, ପାକିସ୍ତାନ, ପାପୁଆ ନିଉ ଗିନି, ଜିମ୍ବାୱେ । ଗ୍ରୁପ ଡି’: ଅଷ୍ଟ୍ରେଲିଆ, ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ।

ଭାରତୀୟ ଦଳ: ୟଶ ଢ଼ୁଲ (ଅଧିନାୟକ), ହରନୁର ସିଂ, ଅଙ୍ଗିକ୍ରିଶ ରଘୁବଂଶୀ, ଏସକେ ରଶୀଦ (ଉପ ଅଧିନାୟକ), ନିଶାନ୍ତ ସିଂଧୁ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟା ଯାଦବ, ରାଜ ଅଙ୍ଗଦ ବାବା, ମାନବ ପରଖ, କୌଶଲ ତାମ୍ବେ, ଆରଏସ ହ୍ୟାଗରଗେକର, ବାସୁ ବତ୍ସ, ଭିକ୍କି ଓସ୍ତୱାଲ, ରବିକୁମାର ଗର୍ଗ ସାଙ୍ଗ ।

Comments are closed.