Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ପ୍ରସ୍ତୁତ

ଭୁବନେଶ୍ବର : ପଞ୍ଚାୟତ ନିର୍ବଚନ ଲାଗି ଅଣ୍ଟା ଭିଡିଲେଣି ରାଜ୍ୟ ସରକାର । ଏଥିପାଇଁ ଆଉ ପାଦେ ଆଗେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ, ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ସରିଲାଣି । ଏସବୁ ଭିତରେ ପଞ୍ଚାୟତ ନିର୍ବଚନ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । ଖୁବଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ । ଅର୍ଥାତ ନିର୍ବତନ ତାରିଖ ଘୋଷଣା ଦିନ ଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ।

ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ଓ ପଞ୍ଚାୟତ ଆଇନ୍ ଏବଂ ନିୟମାବଳୀରେ ଉଲ୍ଲେଖ ଥିବା ଆଇନ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏଁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ । ଚଳିତ ଥର ଭୋଟ ଗ୍ରହଣ ଦିନ ଗଣତି ହେବ ନାହିଁ । ଜୋନ୍ ତଥା ବ୍ଲକର ସାମଗ୍ରୀକ ତ୍ରିସ୍ତରୀୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ମୁଖ୍ୟାଳୟରେ ଗଣତି ହେବ । ଗଣତିକୁ ୩ ଦିନ ତଥା ୩ଟି ପର୍ଯ୍ୟାୟରେ କରାଯିବ । ସେହିପରି ଚଳିତ ଥର ମୋଟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.