Latest Odisha News

BREAKING NEWS

କରୋନା ଟିକା ପାଇଁ ୯୦୦ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିଭର ଭାରତ ୩.୦ ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୯ ଶହ କୋଟି ଟଙ୍କା ଘୋଷଣା ହୋଇଛି । କୋଭିଡ ସୁରକ୍ଷା ମିଶନ ଜରିଆରେ ବାୟୋଟେକ୍ନୋଲଜି ବିଭାଗକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି  ଅନୁଦାନ କେବଳ କରୋନା ଟିକା ଗବେଷଣା କାମରେ ବ୍ୟବହାର କରାଯିବ । କରୋନା ଟିକା ଉପଲବ୍ଧ ହେଲେ ଟିକା କିଣା ଓ ଆବଣ୍ଟନ ଲାଗି ସରକାର ଅଲଗାଭାବେ ବ୍ୟୟ କରିବେ ।

ଅନ୍ୟପଟେ ଚାଷୀଙ୍କୁ ସବ୍‌ସିଡିରେ ସାର ଯୋଗାଣ ପାଇଁ ମଧ୍ୟ ଘୋଷଣା ହୋଇଛି । ଅଧିକ ସାର ଯୋଗାଣ ପାଇଁ ୬୫ ହଜାର କୋଟିର ସବ୍‌ସିଡି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସେହିପରି ଘର ବିକ୍ରେତା ଓ କ୍ରୟଦାତାଙ୍କ ପାଇଁ ରିହାତି ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଅର୍ଥନୀତିକୁ ପୁଣି ଅଭିବୃଦ୍ଧି ପଥରେ ଫେରାଇ ନେବାକୁ ଅର୍ଥମନ୍ତ୍ରୀ ଆଜି ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି । ଏହି କ୍ରମରେ ଆଜି ଏକ ନୂଆ ସ୍କିମ ଘୋଷଣ କରାଯାଇଛି । ଏହାର ନାମ ରଖାଯାଇଛି ଆତ୍ମନିର୍ଭର ଭାରତ ରୋଜଗାର ।

Leave A Reply

Your email address will not be published.