Latest Odisha News

BREAKING NEWS

ଫାୟାରଷ୍ଟେସନ ଓଭରବ୍ରିଜ୍‌ ଉପରେ ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ, ଯାତାୟାତ ଠପ୍‌

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଭୁବନେଶ୍ୱର ଫାୟାରଷ୍ଟେସନ ଓଭରବ୍ରିଜ୍‌ ଉପରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଶହ ଶହ ସିଲିଣ୍ଡର ରାସ୍ତା ସାରା ବିଛାଡ଼ି ହୋଇ ପଡ଼ିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ବେଳେ ଓଭରବ୍ରିଜ୍‌ ଉପରେ କୌଣସି କାରଣବଶତଃ ନିୟନ୍ତ୍ରଣ ହରାଇଥିଲା। ଏହାପରେ ଟ୍ରକଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ଶତାଧିକ ଗ୍ୟାସ ସିଲିଣ୍ଡର ରାସ୍ତା ଉପରେ ଗଡୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଉଭୟ ପାର୍ଶ୍ୱରୁ ଗାଡ଼ି ଚଳାଚଳକୁ ବନ୍ଦ କରିଦିଆଯାଇଛି। ଜାତୀୟ ରାଜପଥରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ୍‌ ଲାଗିରହିଛି।

ଖବର ପାଇ ଫାୟାରଷ୍ଟେସନର ଦମକଳ ବାହିନୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗ୍ୟାସ ଲିକେଜ୍‌ ହେବାର ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇଥିବା ସୂଚନା ମିଳିନାହିଁ। ତେବେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.