Latest Odisha News

BREAKING NEWS

ବଢିଲା ତାପମାତ୍ରା, ଦିନ ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ଵର ତାପମାତ୍ରା

ଭୁବନେଶ୍ଵର: ୩ ଦିନ ଧରି ସାମାନ୍ୟ ଆଶ୍ଵସ୍ତି ମିଳିବା ପରେ ଆଜିଠୁ ପୁଣି ବଢିଛି ତାପମାତ୍ରା । ଆଜିଠାରୁ ଆସନ୍ତା ୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖ ସୁଧା ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ମଧ୍ୟ କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଦିନ ୧୧.୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୩୬.୮ ଡିଗ୍ରୀ ସେଲସିୟସ ଥିବା ବେଳେ ତା’ତଳକୁ ରହିଛି ବାଲେଶ୍ଵର । ବାଲେଶ୍ୱରରେ ଦିନ ୧୧.୩୦ ସୁଦ୍ଧା ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୬.୨ ଡିଗ୍ରୀ ଥିବା ବେଳେ ଗୋପାଳପୁରରେ ୩୪.୬ ଡିଗ୍ରୀ, କେନ୍ଦୁଝରରେ ୩୪ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଢ କରାଯାଇଛି ।

ସେହିପରି ପାରାଦ୍ୱୀପରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୩.୪ ଡିଗ୍ରୀ, ରାଉରକେଲାରେ ୩୨.୬ ଡିଗ୍ରୀ, ସମ୍ବଲପୁରରେ ୩୨.୪ ଡିଗ୍ରୀ ଓ ହୀରାକୁଦରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଟ କରାଯାଇଛି ।

ଆସନ୍ତା ୧୫ ଓ ୧୬ ତାରିଖ ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ରୁ ୨୦ ତାରିଖ ବେଳକୁ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.