Latest Odisha News

BREAKING NEWS

ବାହାରେ ନୁହେଁ ଘର ଭିତରେ ପୋଡି ହୋଇଯାଇଥିଲେ ସୌମ୍ୟରଞ୍ଜନ

ଭୁବନେଶ୍ବର : ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ଜାରି ରହିଛି ତନାଘନା । ଘଟଣାର ୧୦ ଦିନ ପରେ ବି ପୋଲିସ ହାତରେ ଲାଗିନି କିଛି ଖାସ ସୁରାକ୍ । ତେବେ ଆଜି ସୌମ୍ୟରଞ୍ଜନ ରହୁଥିବା ସରକାରୀ ବାସଭବନରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଯାଞ୍ଚ ପରେ ସୌମ୍ୟ ଘର ଭିତରେ ହିଁ ପୋଡି ହୋଇଯାଇଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ଯାଞ୍ଚ ବେଳେ ଘର ଭିତରୁ ସେମିତି କିଛି ବିଶେଷ ସୁରାକ ପାଇନି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ବେଳେ କେବଳ ଘର ସ୍କାଏ ଲାଇଟରେ ଲାଗିଥିବା ମସ୍କିଟୋ ନେଟ୍ ପୋଡି ଯାଇଥିବା ଦେଖିବାକୁ ମିଳିଛି । ଏହାସହ ଡୋର ସ୍କ୍ରିନ୍ ମଧ୍ୟ ପୋଡିଯାଇଥିବା ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ଅସଲ ଖିଅ ପାଉନି ତଦନ୍ତକାରୀ ଟିମ । ଆଜି ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ ଛାନବିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବାସଭବନରୁ ପତ୍ନୀ ବିଦ୍ୟାଭାରତୀ ଲେଖିଥିବା ଏକ ଚିଠି ଜବତ କରାଯାଇଛି । ତେବେ ଘଟଣା ଘଟିଥିବା ସ୍ଥାନରୁ ଡୋର ସ୍କ୍ରିନ୍ ଓ ଜଳି ଯାଇଥିବା ମସ୍କିଟୋ ନେଟର ଦୂରତା କେତେ ତାର ମାପଚୁପ କରିଛି ତଦନ୍ତକାରୀ ଟିମ୍ । ଏହାସହ ସୌମ୍ୟଙ୍କ ବାସଭବନ ବାହାରେ ମଧ୍ୟ ଯାଞ୍ଚ କରାଯାଇଛି ।

ସେହିପରି ଏହି ଘଟଣାରେ ଖୁବଶୀଘ୍ର ଡିଏଫଓଙ୍କୁ ଜେରା କରାଯିବ ବାଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମୋବାଇଲ ଫୋନ୍ ଜବତ ହୋଇଥିବା ବେଳେ, କଲ୍ ଡିଟେଲସର ତର୍ଜମା କରାଯାଉଛି । ଏବେ କେବଳ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୋଲିସ କହିଛି ।

Leave A Reply

Your email address will not be published.